ବାଲିଆପାଳ ଘଟଣା ପରେ ପୁଲିସ ମାଗୁଛି ସୁରକ୍ଷା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଘଟଣା ପରେ ପ୍ରେସମିଟ୍‌ କରି ଓଡ଼ିଶା ପୁଲିସ ଅଫିସର୍ସ ସଂଘ ପୁଲିସର ସୁରକ୍ଷା ଦାବି କରିଛି। ଡାକ୍ତରଙ୍କ ସୁରକ୍ଷା ପରି ପୁଲିସର ସୁରକ୍ଷା ବ୍ୟବସ୍ଥା କରାଯାଉ। ଏଥିପାଇଁ ସ୍ୱତନ୍ତ୍ର ଆଇନ ଆଣାଯାଉ। ଏଥିସହିତ ଆଇନ ଶୃଙ୍ଖଳା ରକ୍ଷା ଓ ତଦନ୍ତ ପାଇଁ ଅଲଗାଅଲଗା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ ପାଇଁ ସଂଘ ଦାବି କରିଛି।

ସୂଚନାଯୋଗ୍ୟ, ବାଲିଆପାଳ ଥାନା ଅଞ୍ଚଳରେ ଏକ ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ତୁମୁଳକାଣ୍ଡ ଭିଆଇଥିଲେ। ଲୋକମାନେ ସ୍ଥାନୀୟ ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ ମଧ୍ୟ କରିଥିଲେ।

ଘଟଣାସ୍ଥଳରେ ପୁଲିସର ଉଚ୍ଚାଧିକାରୀ ପୁଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଉତ୍ତ୍ୟକ୍ତ ଲୋକମାନେ ଢାବା ମାଲିକର ଘର ଓ ଆସବାବପତ୍ରକୁ ଜାଳି ଦେଇଥିଲେ। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯିବା ସହ ୧୪୪ଧାରା ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର