କେନ୍ଦୁଝରରେ ପୁଣି ଅଶ୍ଲୀଳ ଭିଡିଓ ଭାଇରାଲ୍‌

କେନ୍ଦୁଝର : କେନ୍ଦୁଝରରେ ପୁଣି ଏକ ଅଶ୍ଲୀଳ ଭିଡିଓ ଭାଇରାଲ୍‌ ହେବା ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ନିକଟରେ ଜଣେ ମହିଳାଙ୍କୁ କେତେକ ଯୁବକ ଅସଦାଚରଣ କରିବା ସହିତ ତାଙ୍କ ସହିତ ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରୁଥିବା ଭିଡିିଓ ଭାଇରାଲ୍‌ ହୋଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଏବେ ପୁଣି ଏକ ଅଶ୍ଲୀଳ ଭିଡିିଓ ପୁଲିସ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ଧରି ଜଣେ ଯୁବତୀଙ୍କର ଅଶ୍ଲୀଳ ଭିଡିିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିିଓରେ ଦିଶୁଥିବା ଯୁବତୀ ଜଣକ କେନ୍ଦୁଝର ଜିଲ୍ଲାର ଏକ ମହିଳା ମହାବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡ଼ିଛି। ତାଙ୍କ ସହିତ ଖରାପ ସଂପର୍କ ସମୟରେ ସେଠାରେ ଉପସ୍ଥିତ କେତେକ ଯୁବକ ଏହାର ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ଏଭଳି କୁକାର୍ଯ୍ୟର ଭିଡିିଓ ରେକର୍ଡିଂ କରି କେଉଁମାନେ ଏହାକୁ ସୋସିଆଲ ମିଡିଆରେ ଛାଡ଼ିଛନ୍ତି ତା’ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ସଂପର୍କରେ କେନ୍ଦୁଝର ଟାଉନ ଥାନା ଆଇଆଇସି ଶୁଭ୍ରାଂଶୁ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଭିଡିଓ ଭାଇରାଲ୍‌ ନେଇ ଆମ ପାଖରେ କିଛି ଖବର ନାହିଁ। ଅଭିଯୋଗ ହେଲେ ପୁଲିସ ଏହାର ତଦନ୍ତ କରିବ।

ସମ୍ବନ୍ଧିତ ଖବର