ଗଞ୍ଜାମର ଶେଷ ୩୬ କରୋନା ଆକ୍ରାନ୍ତଙ୍କ ବୟସ ବିବରଣୀ ଜାରି କଲେ ସରକାର, ୩୫ ପୁରୁଷ ଓ ଜଣେ ମହିଳା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ପରି ବ୍ୟାପିବାରେ ଲାଗିଛି। ଗତ ଦେଢ଼ ମାସ ଭିତରେ ଜ‌ଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ଗଞ୍ଜାମ ଜିଲ୍ଲା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମିତ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି। ଏବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଶେଷ ୩୬ଜଣଙ୍କର ବୟସସୂଚୀ ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ | ୩୬ଜଣଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ମହିଳା ଥିବା ବେଳେ ଅନ୍ୟ ୩୫ଜଣ ପୁରୁଷ ବୋଲି ଟୁଇଟରେ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ |

ମହିଳା ଆକ୍ରାନ୍ତଙ୍କ  ବୟସ ୪୪ବର୍ଷ ହୋଇଥିବା ବେଳେ ପୁରୁଷ କରୋନା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୫, ୨୨, ୪୫, ୫୦, ୩୭, ୪୩, ୩୨, ୩୭, ୩୨, ୩୪, ୩୪, ୩୫, ୪୩, ୩୬, ୨୭, ୪୯, ୪୪, ୪୧, ୪୫, ୪୯, ୧୬, ୪୪, ୧୭, ୨୮, ୨୪, ୪୩, ୩୪, ୨୨, ୨୭, ୩୮, ୪୨, ୩୩, ୫୮, ୪୭ ଏବଂ ୩୮ବର୍ଷ  ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରି ଜଣାଇଛି |

ସୂଚନା ମୁତାବକ, ଗତ ମାର୍ଚ୍ଚ ମାସରୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକ୍ତ ରହିଥିଲା। ଏପ୍ରିଲ ୨୮ତାରିଖରୁ ସୁରତ ଫେରନ୍ତାଙ୍କ ଘର ବାହୁଡ଼ା ପରେ ଜିଲ୍ଲାରେ କରୋନା ସଂକ୍ରମଣ ଖାତା ଖୋଲିଥିଲା। ଗତ ୨ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୪ ଓ ୫ ତାରିଖରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ। ୬ ତାରିଖରେ ୧୭, ୭ ତାରିଖରେ ୨୬ ଓ ଆଜି ୨୪ଜଣ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ୱେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଥିଲା। ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ଦିନକୁ ବାଦ୍ ଦେଲେ ଗତ ୫ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ ୭୧ଜଣଙ୍କୁ ଚିହ୍ନଟ କରା‌ଯାଇଛି, ଯାହାକି ଉଭୟ ଜିଲ୍ଲା ଓ ରାଜ୍ୟର ଚିତ୍ରକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଯାଜପୁର ଜିଲ୍ଲାରେ ୫୫ ଓ ଖୋର୍ଧା ଜିଲ୍ଲାରେ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର