ସୁଦର୍ଶନଙ୍କ ବାଲୁକା କଳାକୁ ଖୁବ ପସନ୍ଦ କଲେ ଅକ୍ଷୟ କୁମାର 

ନୂଆଦିଲ୍ଲୀ:କେତେବେଳେ ଆକ୍ସନ ଷ୍ଟାର୍, କେତେବେଳେ ରୋମାନ୍ସର ବାଦଶାହ ପୁଣି କେତେବେଳେ କମେଡି କିଙ୍ଗ ଏଭଳି ଏକାଧିକ ଚରିତ୍ରରେ ସେ ନଜର ଆସିଛନ୍ତି ପରଦା ଉପରେ । ୯୦ ଦଶକରୁ ହିନ୍ଦୀ ଫିଲ୍ମ ଦଶକରେ ନିଜର ଅଭିନୟର ଟ୍ୟାଲେଂଟ୍ ପରିବେଷଣ କରି ଆସୁଥିବା ଏହି ଷ୍ଟାର୍ ଜଣକ ହେଉଛନ୍ତି ଅକ୍ଷୟ କୁମାର । ଯିଏ କି ଖିଲାଡି କୁୁମାର୍ ଭାବେ ବେଶ୍ ଜଣାଯାଆନ୍ତି । ୯ ସେପ୍ଟେମ୍ବର ୧୯୬୭ରେ ଜନ୍ମ ଗ୍ରହଣ କରିଥିବା ଅକ୍ଷୟଙ୍କ ପ୍ରକୃତ ନାମ ହେଉଛି ରାଜୀବ୍ ଭାଟିଆ ।

ଆକ୍ଟର୍, ପ୍ରଡ୍ୟୁସର ଆଣ୍ଡ ମାର୍ସାଲ୍ ଆର୍ଟିଷ୍ଟ ଅକ୍ଷୟ କୁମାର୍ ପଂଜାବ ଅମୃତସରରେ ଜନ୍ମ ହୋଇଥିଲେ ବି ସେ ଦିଲ୍ଲୀରେ ବଢିଛନ୍ତି । ତାଙ୍କ ଜନ୍ମଦିନକୁ ନେଇ ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି | ତେବେ ଏହି ବାଲୁକା କଳାକୁ ଖୁବ ପସନ୍ଦ କରିଛନ୍ତି ଅକ୍ଷୟ କୁମାର |

ଏହି ବାଲୁକା କଳାଟି ଖୁବ ସୁନ୍ଦର ବୋଲି ଅକ୍ଷୟ ଟ୍ୱିଟରରେ ଲେଖିଛନ୍ତି | ଖିଲାଡୀ ଷ୍ଟାରଙ୍କ ଜନ୍ମଦିନ ଅବସରରେ ସୁଦର୍ଶନ ଲେଖିଥିଲେ ଯେ ଉଚ୍ଚକୋଟିର ଅଭିନୟ ସହ ସାମାଜିକ ବାର୍ତ୍ତା ସବୁବେଳେ ଅନୁପ୍ରେରଣା ଦେଇଥାଏ | ଏହାକୁ ରିଟ୍ୱିଟ୍ କରି ଖିଲାଡୀ ଷ୍ଟାର ଅକ୍ଷୟ କୁମାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ସମ୍ବନ୍ଧିତ ଖବର