କେବଳ ବିହାର ନୁହେଁ, ସାରା ଦେଶରେ ମାଗଣାରେ ଦିଆଯିବ କରୋନା ଟିକା : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ

ଭୁବନେଶ୍ୱର: କରୋନା ଟିକାକୁ ନେଇ ଚାଲିଥିବା ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବଡ ବୟାନ ଦେଇଛନ୍ତି । କେବଳ ବିହାର ନୁହେଁ, ସାରା ଦେଶରେ ମାଗଣାରେ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିବା ସହ ପାଣ୍ଠିର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।

ବିହାରରେ ମାଗଣାରେ ଟିକା ଦେବାକୁ ବିଜେପିର ଇସ୍ତାହାରରେ ଘୋଷଣା କରାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ କହିଛନ୍ତି ଯେ, ସେଠି ନିର୍ବାଚନ ଥିବାରୁ ଇସ୍ତାହାର ପ୍ରକାଶ କରାଯାଇଛି । କିନ୍ତୁ ସାରା ଦେଶରେ ମାଗଣାରେ କରୋନା ଟିକା ଦିଆଯିବ | ଓଡ଼ିଶାରେ ମାଗଣା ଟିକା ଦେବା ପ୍ରସଙ୍ଗରେ ଦୁଇ କେନ୍ଦ୍ରମନ୍ତ୍ରୀ କାହିଁକି ଚୁପ୍ ବୋଲି ଗତକାଲି ସିିରିଜ୍ ଟୁଇଟ୍ କରି ବିଜେଡି ପକ୍ଷରୁ  ପ୍ରଶ୍ନ କରାଯିବା ପରେ ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ।

Union Minister Pratap Sarangi
newindianexpress

ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ସିିରିଜ୍ ଟୁଇଟ୍ କରି ପ୍ରଶ୍ନ କରିଥିଲେ । ବିହାରକୁ ମାଗଣାରେ କରୋନା ଟିିକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ ପାରୁଛନ୍ତି, ତେବେ ଓଡିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛ ଘୁଞ୍ଚା କାହିଁକି? ନା ଏହା କେବଳ ଆଉ ଏକ ନିର୍ବାଚନୀ ଜୁମଲା ? ଏହା ପାତରଅନ୍ତର ନୁହେଁ କି ବୋଲି ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟିକରଣ ଦେବେ କି ? ଓଡିଶାରେ କରୋନା ଟିକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟିକରଣ ରଖିବା ଆବଶ୍ୟକ । ଏହାର ଉତ୍ତର ଓଡିଶାବାସୀ ଚାହୁଁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର