ସାମୁଦ୍ରିକ ବାତ୍ୟା ‘ଫନି’ ପାଇଁ ଓଡ଼ିଶାକୁ ୧୫ କୋଟି ଟଙ୍କା ସହାୟତା ଘୋଷଣା କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ଫନି’ ବିଧ୍ୱଂସ୍ତ ଓଡ଼ିଶା ପାଇଁ ରବିବାର ଦିନ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ୧୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଅଧିକାରୀମାନଙ୍କ ସହ ବୈଠକ ପରେ ନାଇଡୁ ‘ଫନି’ ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ସହାୟତା କରିବା କାର୍ଯ୍ୟ ଘୋଷଣା କରିଛନ୍ତି।

ନାଇଡୁ କହିଲେ ବାତ୍ୟା ଓଡ଼ିଶାରେ ବ୍ୟାପକ କ୍ଷତି କରିଛି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ସବୁ ରାଜ୍ୟ ସହାୟତା କରିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସବୁପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ସେ ଓଡ଼ିଶାକୁ ବିଜୁଳି ଖୁଣ୍ଟ ଓ ପୁନରୁଦ୍ଧାର ଲାଗି କର୍ମଚାରୀ ପଠାଇ ସାରିଛନ୍ତି।

ସମ୍ବନ୍ଧିତ ଖବର