ଶ୍ରୀମନ୍ଦିରରେ ଆନ୍ଧ୍ର ରାଜ୍ୟପାଳ

ପୁରୀ :‌ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହିତ ବିଜେପିର ଜିଲ୍ଲା ସ୍ତରୀୟ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଆଜି ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଶ୍ରୀ ହରିଚନ୍ଦନ ଶ୍ରୀମନ୍ଦିରରେ ପହଞ୍ଚି ଥିଲେ। ମହାପ୍ରଭୁଙ୍କ ଦର୍ଶନ ସହ ସେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ଏଥି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହା ପରେ ସେ ଭୁବନେଶ୍ବର ଫେରିଯାଇଥିଲେ।

ସମ୍ବନ୍ଧିତ ଖବର