ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦ ହଜାର ୨୪୨ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧୦ ହଜାର ୨୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧି ପାଇଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୯୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୮୮୭, ପୁରୀରୁ ୭୦୭, ସମ୍ବଲପୁରରୁ ୬୪୧, କଳାହାଣ୍ଡିରୁ ୪୬୫, ବରଗଡ଼ରୁ ୪୪୮, ଅନୁଗୁଳରୁ ୪୩୮, ଝାରସୁଗୁଡ଼ାରୁ ୩୩୧, ବାଲେଶ୍ୱରରୁ ୩୦୧, ନବରଂଗପୁରରୁ ୨୯୧, ବଲାଙ୍ଗୀରରୁ ୨୭୩, ନୟାଗଡ଼ରୁ ୨୫୪, ଯାଜପୁରରୁ ୨୨୨, ନୂଆପଡ଼ାରୁ ୨୧୪ ଓ ମୟୂରଭଂଜରୁ ୨୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ଗଂଜାମ ଜିଲ୍ଲାରୁ ୧୯୫, ସୁବର୍ଣ୍ଣପୁରରୁ ୧୭୯, କେନ୍ଦୁଝରରୁ ୧୭୭, ଢେଙ୍କାନାଳରୁ ୧୬୭, କେନ୍ଦ୍ରାପଡ଼ାରୁ ୧୫୮, ଜଗତସିଂହପୁରରୁ ୧୩୭, ଦେବଗଡ ଓ ରାୟଗଡ଼ାରୁ ୧୩୬ ଜଣ ଲେଖାଏଁ, କୋରାପୁଟରୁ ୧୨୨, ଗଜପତିରୁ ୧୧୬, ବୌଦ୍ଧରୁ ୧୧୩, ଭଦ୍ରକ ଓ କନ୍ଧମାଳରୁ ୧୦୦ ଜଣ ଲେଖାଏଁ, ମାଲକାନଗିରିରୁ ୯୪ ଓ ରାଜ୍ୟପୁଲରୁ ୨୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର