ଆଉ ୫୦୨୦ ଅକ୍ସିଜେନ୍ ସିଲିଣ୍ଡର ଦେଲା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ

ଭୁବନେଶ୍ବର : ଆରସେଲର୍‌ ମିତ୍ତଲ ନିପନ୍ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌ ) ଇଣ୍ଡିଆ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ଦ୍ବିତୀୟ ଦଫାରେ ୫୦୨୦ଟି ମେଡିକାଲ୍‌ ଗ୍ରେଡ୍‌ ଅକ୍ସିଜେନ୍ ସିଲିଣ୍ଡର ଏବଂ ୨ହଜାର ଫ୍ଲୋମିଟର ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ଅପରେସନ୍‌ର କ‌ର୍ପୋରେଟ ଆଫାୟାର୍ସ ମୁଖ୍ୟ ଲକ୍ଷ୍ମୀ ମହାପାତ୍ର ସିଲିଣ୍ଡରଗୁଡ଼ିକୁ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନିତିନ୍ ବି. ଜୱାଲେଙ୍କୁ ପ୍ରଦାନ କରିଥିଲେ। ଓଡ଼ିଶା ଔଷଧ ନିଗମ ଏହି ସିଲିଣ୍ଡର ଓ ଫ୍ଲୋମିଟରଗୁଡ଼ିକୁ ବିଭିନ୍ନ ହସ୍ପିଟାଲକୁ ପଠାଇବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଔଷଧ ନିଗମର ଅଧିକାରୀଙ୍କ ସମେତ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟସ ଏକଜିକ୍ୟୁଟିଭ୍ ଡାଇରେକ୍ଟର ଟି.ଏସ୍‌ ସାନଭୁଗେ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର (ଓଡ଼ିଶା ଅପରେସନ୍) ଏକଜିକ୍ୟୁଟିଭ୍ ଡାଇରେକ୍ଟର ଜି.ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର