ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୦୬୭, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୮୬

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୬ହଜାର ୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୮୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୫ହଜାର ୩୮୦ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୫୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୪୯୫, କଟକରୁ ୩୯୩, ନୂଆପଡ଼ାରୁ ୩୦୭, ନୟାଗଡ଼ରୁ ୨୦୮, ଯାଜପୁରରୁ ୨୦୩, କଳାହାଣ୍ଡିରୁ ୧୭୬, ମୟୂରଭଂଜରୁ ୧୪୭ ଓ ବରଗଡ଼ରୁ ୧୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୧୪୦, ସମ୍ବଲପୁରରୁ ୧୩୮, ବଲାଙ୍ଗୀରରୁ ୧୩୩, ନବରଂଗପୁରରୁ ୧୨୯, କୋରାପୁଟରୁ ୧୨୧, ଗଜପତିରୁ ୧୦୬, ଭଦ୍ରକରୁ ୯୫, ଅନୁଗୁଳରୁ ୯୪, ବୌଦ୍ଧରୁ ୮୭, କନ୍ଧମାଳରୁ ୮୩, ରାୟଗଡ଼ାରୁ ୭୭, ଗଂଜାମରୁ ୭୫, ଢେଙ୍କାନାଳ, ଜଗତସିଂହପୁରରୁ ୭୩ ଲେଖାଏଁ, ପୁରୀରୁ ୬୧, ମାଲକାନଗିରିରୁ ୫୫, ଝାରସୁଗୁଡ଼ାରୁ ୪୫, କେନ୍ଦ୍ରାପଡ଼ାରୁ ୩୩, ସୁବର୍ଣ୍ଣପୁରରୁ ୨୬, ଦେବଗଡ଼ରୁ ୨୪ ଓ ରାଜ୍ୟପୁଲରୁ ୨୯୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୩୪୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର