ଗୁରୁବାର ବି ଚାଲିପାରିଲାନି ଗୃହ, ୮ ଥର ମୁଲତବୀ

ଭୁବନେଶ୍ବର : ସର୍ବଦଳୀୟ ବୈଠକ ପରେ ଆସନ୍ତାକାଲିଠାରୁ ଗୃହ ସ୍ବାଭାବିକ ହେବା ନେଇ ଆଶା ସୃଷ୍ଟି ହୋଇଛି। କିନ୍ତୁ ଗୁରୁବାର ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ୮ଥର ମୁଲତବୀ ହୋଇଥିଲା। ଗୃହ ଆରମ୍ଭରୁ ଶାସକ ଦଳର ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ଦେବଗଡ଼ ବିଧାୟକ କ୍ଷମା ମାଗିବା ପ୍ରସଙ୍ଗରେ ନାରାବାଜି କରିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀଙ୍କ ଧାନ କିଣା ପ୍ରସଙ୍ଗରେ ହୋହଲ୍ଲା କରିଥିଲେ। ଏହାକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମଧ୍ୟାହ୍ନ ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ନାରାବାଜି ଯୋଗୁ ଅପରାହ୍ନ ୪ଟା, ୪ଟା ୩୦, ସନ୍ଧ୍ୟା ୫ଟା ୧୬, ୫ଟା ୩୧ ଓ ଶେଷରେ ସନ୍ଧ୍ୟା ୫ଟା ୪୧ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା।

ସମ୍ବନ୍ଧିତ ଖବର