ପୁରୀ : ଦାଦାବଟି ପାଇଁ ଦମ୍ପତିଙ୍କୁ ଭୁଜାଲି ଚୋଟ

ପୁରୀ : ସଦର ଥାନା ଅନ୍ତର୍ଗତ ଗୋଲାସାହିରେ ଦାଦାବଟି ପାଇଁ ଗତକାଲି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଦମ୍ପତି ହେଲେ ଗୋଲାସାହିର ଶରତ ଚନ୍ଦ୍ର ମିଶ୍ର ଓ ତାଙ୍କ ସ୍ତ୍ରୀ ସସ୍ମିତା ରଥ। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶରତ ଜଣେ ଅବସରପ୍ରାପ୍ତ ଅଧ୍ୟାପକ ବୋଲି ଜଣାପଡ଼ିଛି। ଅଭିଯୋଗ ମୁତାବକ, ଗତକାଲି ଅପରାହ୍ଣରେ ଶ୍ରୀ ମିଶ୍ର ଓ ତାଙ୍କ ସ୍ତ୍ରୀ ଘରେ ଥିବାବେଳେ ତିନିଜଣ ଯୁବକ ହଠାତ୍ ଘରେ ପଶି ୨୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଶ୍ରୀ ମିଶ୍ର ଦାଦାବଟି ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲିରେ ବାମ ହାତକୁ ଚୋଟ ପରେ ଚୋଟ ମାରିଥିଲେ। ଶ୍ରୀ ମିଶ୍ରଙ୍କ ପତ୍ନୀ ସ୍ମିତା ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ବି ସେମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ଯୁବକମାନେ ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ଭୁଜାଲି ଚୋଟରେ ଶ୍ରୀ ମିଶ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଆହତ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର