ଆତ୍ମହତ୍ୟା ଭଳିି ମହାପାପ କରନି: ବାବା ବଳିଆ

ବରଗଡ଼: ତୋରା ନିକଟସ୍ଥ ସାହୁଟିକ୍ରାସ୍ଥିତ ଶିଶୁ ଅନନ୍ତ ଆଶ୍ରମଠାରେ ଗୀତା କଥାମୃତ କାର୍ଯ୍ୟକ୍ରମରେ ଯୋଗ ଦେଇ ବାବା ବଳିଆ ଚାଷୀ ଆତ୍ମହତ୍ୟା ଘଟଣା ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଚାଷୀମାନେ ଆତ୍ମହତ୍ୟା କରି ମହାପାପ କରନ୍ତୁ ନାହିଁ। ସରକାର ଯେତିକି କ୍ଷତିପୂରଣ ଦେଲେ ବି ଜୀବନ ପାଇଁ ତାହାର କିଛି ମୂଲ୍ୟ ନାହିଁ। ଚାଷୀ ପରିବା ନଷ୍ଟ କରିବା କିମ୍ବା କ୍ଷୀର ଢାଳିବା ଗୋଟିଏ ଖରାପ ପରମ୍ପରା। ଜୀବନ ହାରି ଦେବାକୁ ଶାସ୍ତ୍ର ବି ଅନୁଚିତ ବୋଲି କହୁଛି। ଯିଏ ଆତ୍ମହତ୍ୟା କରେ ଜନ୍ମଜନ୍ମ ଧରି ପ୍ରେତାତ୍ମା ହୋଇ ରୁହେ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି ବୋଲି ବାବା ବଳିଆ କହିଛନ୍ତି। ଅନ୍ୟପକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅତିଥିମାନଙ୍କୁ ହାତୀ ପିଠିରେ ନବସାଇ ଗାଡ଼ିରେ କଂସ ମହାରାଜଙ୍କ ମଂଚକୁ ଆଣିବାକୁ ବାବା ବଳିଆ ଆୟୋଜକମାନଙ୍କୁ ପ୍ରସ୍ତାବ ଦେଇଛନ୍ତି। କେବଳ କଂସ ମହାରାଜ ହାତୀ ପିଠିରେ ବସିବା କଥା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର