କପିଳାସରେ ଛୁଆହାତୀକୁ ଥଣ୍ଡା ଘାତକ : ଆଖି ବୁଜିଲା ‘ରାଜା’

ଗଣେଶ, ନନ୍ଦିନୀ ଭଳି ଦଣ୍ଡିତ ହେଲା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାର ହାତୀଛୁଆ ଗଣେଶ ଓ ନନ୍ଦିନୀ ପରେ ଆଜି ‘ରାଜା’ ସବୁଦିନ ପାଇଁ ଆଖି ବୁଜିଛି। ୬ମାସ ତଳେ ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଇଲାକାରୁ ୩ମାସ ବୟସରେ ରାଜା ଗୋଠଛଡ଼ା ହୋଇଥିଲା। ଆଉ ମା’ ହାତୀ ପାଖକୁ ‌େଫରି ପାରିଲା ନାହିଁ। ତେଣୁ କପିଳାସ ଚିଡ଼ିଆଖାନାକୁ ନେଇ ତା’ର ଲାଳନପାଳନ ଚାଲିଥିଲା। ତେବେ ଆଜି ସେଠାରେ ରାଜା ଆଖି ବୁଜିଛି। ଛୋଟ ବେଳେ ମା’ କୋଳ ଉଷୁମ ପାଇ ପାରି ନ ଥିବା ଯୋଗୁ କପିଳାସ ପାହାଡ଼ ତଳର ଅତ୍ୟଧିକ ଥଣ୍ତା ରାଜା ପାଇଁ କାଳ ହୋଇଥିବା ସନ୍ଦେହ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ରାଜାର ମୃତ୍ୟୁ ହେଲା ସେ ସଂପର୍କରେ ବନ କର୍ତୃପକ୍ଷ କିଛି କହିପାରୁ ନାହାନ୍ତି। ଚିଡ଼ିଆଖାନାର ଗୋଟିଏ ପରେ ଗୋଟିଏ ଯନ୍ତୁ ଏମିତି ମୃତ୍ୟୁବରଣ କରୁଥିବା ବେଳେ କର୍ତୃପକ୍ଷ କିଭଳି ଯନ୍ତୁ ପାଳନ କରୁଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଗତ ମେ ୧୪ତାରିଖରେ ଅନୁଗୁଳ ଛେଣ୍ତିପଦାରୁ ରାଜାକୁ ଉଦ୍ଧାର କରାଯାଇଥିଲା। ମାତ୍ର ୩ମାସ ପରେ ମା’ କୋଳରୁ ଅଲଗା ହୋଇଯାଇ ଥିବାରୁ ବନ ବିଭାଗ ତାକୁ ଆଣି କପିଳାସ ଚିଡ଼ିଆଖାନାରେ ଲାଳନପାଳନ କରୁଥିଲା। ତେବେ ହାତୀଛୁଆଟି ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ବଢାଉଥିବା ବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଗତକାଲି ସ˚ଧ୍ୟା ପର୍ଯ୍ୟନ୍ତ ସେ ଖେଳାବୁଲା କରୁଥିବା ବେଳେ ଆଜି ସକାଳ ପ୍ରାୟ ସାଢେ ୯ଟାରେ ତାର ମୃତ୍ୟୁ ହୋଇଛି। ଅତ୍ୟଧିକ ଥଣ୍ତା ଯୋଗୁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଢେଙ୍କାନାଳ ଡିଏଫଓ ସୁଦର୍ଶନ ପାତ୍ର ‘ରାଜା’ର ଥଣ୍ତା ଯୋଗୁ ମୃତ୍ୟୁ ଘଟଣାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଗତକାଲି ସ˚ଧ୍ୟା ପର୍ଯ୍ୟନ୍ତ ରାଜା ଭଲ ଥିଲା। ଆଜି ସକାଳେ ମାହୁନ୍ତ ଖାଇବାକୁ ଦେବା ଲାଗି ଯିବା ବେଳେ ଦେଖିଲା ସେ ଅସୁସ୍ଥ ଥିଲା। ଡାକ୍ତର ରାଜାର ଚିକିତ୍ସା କରୁଥିବା ବେଳେ ଆଜି ସକାଳ ସାଢେ ୯ ଟାରେ ତାର ମୃତ୍ୟୁ ହୋଇଛି। କେଉଁ କାରଣରୁ ହାତୀଛୁଆ ଅସୁସ୍ଥ ଥିଲା ଏବ˚ କି ରୋଗ ହୋଇଥିଲା, କେଉଁଥିପାଇଁ ତାର ଚିକିତ୍ସା କରାଯାଇଥିଲା ସେ ସ˚ପର୍କରେ ସେ ସଠିକ୍‌ ତଥ୍ୟ ଦେଇ ପାରି ନାହାନ୍ତି।

ହାତୀଛୁଆର ଲାଳନ ପାଳନ ପାଇଁ ରାଜ୍ୟ ସରକାର ମାସକୁ ୬୫ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ କାହା ଅବହେଳାରୁ ତା’ର ମୃତ୍ୟୁ ଘଟିଲା ଏବ˚ ଏଥିପାଇଁ ଦାୟୀ କିଏ ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଲାଗି ବନ୍ୟପ୍ରାଣୀ ତତ୍ବାବଧାରକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର