କଟକ ବଡମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି! ଥାନାରେ ଏତଲା ଦେଲେ ବାପା

ବଡ ମେଡିକାଲରେ ଖାଲି ଦଲାଲ ନୁହେଁ ଚୋର ବି ଅଛନ୍ତି: କଂଗ୍ରେସ ନେତା ମାନସ ଚୌଧୁରୀ

କଟକ: ଏସସିବି ବଡ ମେଡିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ। ପ୍ରସୂତି ବିଭାଗର ଆଇସିୟୁରୁ ପିଲା ଚୋରି ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏସସିବି କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରୁଛନ୍ତି | ଚିକିତ୍ସା ସମୟରେ ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ନବଜାତ ଶିଶୁର ବାପା। ନବଜାତ ଶିଶୁର ବାପା ତୋଫାନ କୁମାର ଜେନାଙ୍କ କହିବା ମୁତାବକ ଗତ ଗୁରୁବାର ଦିନ ତାଙ୍କର ସ୍ତ୍ରୀଙ୍କୁ ଏସସିବି ମେଡିକାଲର ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ସେହି ଦିନ ତାଙ୍କର ଯାଆଁଳା ଶିଶୁ କନ୍ୟା ଜନ୍ମ ହୋଇଥିଲା ଏବଂ ଦୁଇ ଶିଶୁ କନ୍ୟା ସୁସ୍ଥ ଥିଲେ । ଆଜି ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ସକାଳେ ଡାକ୍ତର କହିଥିଲେ । ମାତ୍ର ଆଜି ଚେକଅପ କରିବା ସମୟରେ ସାନ ଝିଅର ଜଣ୍ଡିସ ହୋଇଥିବା ଜଣାପଡିଥିଲା ।

ତେବେ ଶିଶୁ କନ୍ୟାକୁ ଆଜି ଦିନ ୧୨ଟା ସମୟରେ ଆଇସିୟୁରେ ଭର୍ତ୍ତି କରିଥିଲେ । ଶିଶୁ କନ୍ୟାର ପିଉସୀ ଆଡମିଶନ କରିକି ଆସିବା ପରେ ଦିନ ୩ଟାରେ ଶିଶୁ କନ୍ୟା ଚୋରି ହୋଇଥିବା ପିଉସୀ ଜାଣିବାକୁ ପାଇଥିଲେ । ତେବେ ଶିଶୁର ବାପାଙ୍କ କହିବା କଥା ଯେତେବେଳେ ଆଇସିୟୁ ଭିତରକୁ କାହାକୁ ଅନୁମତି ନାହିଁ କିଭଳି ଆଇସିୟୁରୁ ଝିଅ ଚୋରି ହେଲା । ଚୋରି ପଛରେ ପ୍ରସୂତି ବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଶିଶୁ କନ୍ୟାର ବାପା | ଏହି ଘଟଣାକୁ ନେଇ ତୋଫାନ ଏସସିବି ଫାଣ୍ଡିରେ ଅଭିଯୋଗ କରିଛନ୍ତି | ଆଉ ଏହି ଘଟଣାକୁ ନେଇ କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ଯେ କଟକ ବଡ ମେଡିକାଲରେ କେବଳ ଦଲାଲ ନାହାନ୍ତି ବରଂ ଚୋର ମଧ୍ୟ ଅଛନ୍ତି |

ସମ୍ବନ୍ଧିତ ଖବର