ବନ୍ଦେ ଉତ୍କଳ ଜନନୀ… : ମାନ୍ୟତା ଦେବାକୁ ହୀନମନ୍ୟତା କାହିଁକି?

ଭୁବନେଶ୍ବର : କାଗଜପତ୍ରରେ ନହେଲେ ବି କୋଟିକୋଟି ଓଡ଼ିଆ ପ୍ରାଣ ‘ବନ୍ଦେ ଉତ୍କଳ ଜନନୀ..କୁ ରାଜ୍ୟ ସ˚ଗୀତର ମାନ୍ୟତା ଦେଇ ସାରିଛି। ମାତ୍ର ଓଡ଼ିଆ ପାଣି ପବନ, ଭାଷା, ପରିଚୟ, ସ˚ସ୍କୃତି, ଐତିହ୍ୟ ଓ ଜାତୀୟତାକୁ ନେଇ ଉଦ୍‌ବୁଦ୍ଧ ଏହି ସ˚ଗୀତକୁ ରାଜ୍ୟ ସଂଗୀତ ମାନ୍ୟତା ଦେବାରେ କେଉଁଠି ଦୋଷତ୍ରୁଟି ରହୁଛି ସେ ସମ୍ବନ୍ଧରେ କେହି ମୁହଁ ଖୋଲୁନାହାନ୍ତି। ଢେର୍‌ଦିନ ଧରି ସଂସ୍କୃତି ବିଭାଗର ଗୋ‌ଟିଏ ଯୁକ୍ତି, ଆମେ ଗୃହ ବିଭାଗକୁ ପଠେଇ ଦେଇଛୁ। ରାଜ୍ୟ ସଂଗୀତ ମାନ୍ୟତା ପାଇଁ ସରକାରୀ କଳର ଆନ୍ତରିକତା କେତେ ଏହା ହିଁ ସୂଚେଇ ଦେଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗତବର୍ଷ କହିଥି‌ଲେ, ଅନ୍ୟ ଯେଉଁ ପ୍ରଦେଶରେ ରାଜ୍ୟ ସ˚ଗୀତ ପ୍ରଚଳିତ ଅଛି ସେଠାରେ ଥିବା ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସରକାର ଆଲୋଚନା କରୁଛନ୍ତି। ଏହା ହିଁ ସୂଚାଇ ଦେଉଛି, ଆଲୋଚନାକୁ ବର୍ଷେ ବିତିଥିଲେ ବି କୌଣସି ନିଷ୍କର୍ସରେ ସରକାର ପହଞ୍ଚି ପାରୁନାହାନ୍ତି। ଦୀର୍ଘ ୧୭ ବର୍ଷ ତଳୁ ଏହି ପ୍ରସଙ୍ଗ ଉଠିଲାଣି। କେତେ ସରକାର ଆସିଲେଣି, ଗଲେଣି। ମାତ୍ର କେହି ବି ଏ ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇ ନାହାନ୍ତି।

ବନ୍ଦେ ଉତ୍କଳ ଜନନୀ..କୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ପ୍ରସଙ୍ଗ ଆଜିର ନୁହେଁ। ବରଂ ୧୯୯୪ ମସିହା ନଭେମ୍ବର ୭ ତାରିଖରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସ˚ଗୀତ ରାଜ୍ୟ ବିଧାନସଭାରେ ବୋଲାଯିବା ପାଇଁ ତତ୍କାଳୀନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଅଧୢକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ୧୭ତମ ବିଧାନସଭା ଅଧିବେଶନର ଶେଷଦିନ ସର୍ବ ପ୍ରଥମେ ଏହି ସ˚ଗୀତ ବିଧାନସଭାରେ ପ୍ରଚଳିତ ହେଲା। ୨୦୦୨ ଡିସେମ୍ବର ୧୯ରେ ଏହାକୁ ରାଜ୍ୟ ସ˚ଗୀତ ମାନ୍ୟତା ପାଇଁ ବିଧାନସଭାରେ ବିତର୍କ ହେଲା। ଏଥିପାଇଁ ବିଧିବଦ୍ଧ ସର୍କୁଲାର କରିବାକୁ ତତ୍‌କାଳୀନ ବାଚସ୍ପତି ଶରତ କୁମାର କର ସରକାରଙ୍କୁ ନିର୍ଦେଶ ଦେଲେ। ବାଚସ୍ପତି ଏନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ତତ୍କାଳୀନ ସୂଚନା ଓ ସ˚ସ୍କୃତି ମନ୍ତ୍ରୀ ଡା. ଦାମୋଦର ରାଉତଙ୍କୁ ବ୍ୟକ୍ତିଗତ ପତ୍ର ଦେଲେ। ୨୦୦୩ ମେ ୧୦ ତାରିଖରେ ଶ୍ରୀ କରଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ବୈଠକରେ ସ˚ଗୀତର ରୂପରେଖ ରାଜ୍ୟ ସ˚ଗୀତ ପାଇଁ କିପରି ହେବ ତାହା ସ୍ଥିର ହେଲା। ଓଡ଼ିଶା ବିଧାନସଭାର ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି କେତେକ ସ୍ପଷ୍ଟୀକରଣ ମାଗିଲେ। ମାତ୍ର କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଏହି ସ˚ଗୀତକୁ ରାଜ୍ୟ ସ˚ଗୀତର ମାନ୍ୟତା ଦେଇ ଆଇନ ପ୍ରଣୟନ କରିବା ସମ୍ବିଧାନ ସମ୍ମତ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଲେ।

ପୁଣି ମହେଶ୍ବର ମହାନ୍ତି ବାଚସ୍ପତି ଥିବା ଅମଳରେ ୨୦୦୬ ମସିହା ଅଗଷ୍ଟ ୨୬ରେ ତାଙ୍କ ଅଧୢକ୍ଷତାରେ ଏକ ବୈଠକ ବସିଥିଲା। ବୈଠକର ନଷ୍କର୍ସ ଥିଲା ଯେ, ଏହାର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସ˚ଗୀତ ଭାବେ ଗ୍ରହଣ କରାଯିବ। ଏହି ସ˚ଗୀତ ୯୮ ସେକେଣ୍ତ୍‌ ମଧୢରେ ବୋଲାଯିବ। ବାଳକୃଷ୍ଣ ଦାଶଙ୍କ ମୂଳ ସ୍ବରକୁ ଏହାର ସ୍ବର ଭାବେ ନିଆଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ପୁଲିସ୍‌ ବ୍ୟାଣ୍ତ୍‌ ସହାୟତାରେ ଏହି ସ˚ଗୀତ ପ୍ରସ୍ତୁତ କରିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ୨୦୧୨ରେ ଏହି ସ˚ଗୀତର ବିଧିବଦ୍ଧ ସ୍ବରୂପ ଓ ସ୍ବର ପ୍ରସ୍ତୁତ କରି ରେକର୍ଡି˚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟକୁ ଦାୟିତ୍ବ ଦିଆଗଲା। ୨୦୧୩ ଜାନୁଆରି ୨୨ ତାରିଖରେ ରାଜ୍ୟ ପର୍ଯ୍ୟଟନ ଓ ସ˚ସ୍କୃତି ବିଭାଗ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସ˚ଗୀତ ମାନ୍ୟତା ଦେବା ପାଇଁ ୨୦୧୨ ଡିସେମ୍ବର ୧୭ରେ ହୋଇଥିବା ବୈଠକର ବିବରଣୀ ସହ ସ˚ଗୀତର ଦୁଇଟି ସିଡି ଗୃହ ବିଭାଗକୁ ପତ୍ର ସ˚ଖ୍ୟା ୧୨୫ରେ ପଠାଇଥିଲା। ମାତ୍ର ବିଡ଼ମ୍ବନା, ଯେବେ ଏନେଇ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖାର ସଭାପତି ଦିଲ୍ଲୀପ ଦାଶଶର୍ମା ଗୃହ ବିଭାଗଠାରୁ ସୂଚନା ଅଧିକାର ଆଇନ ଅନୁଯାୟୀ ଉତ୍ତର ମାଗିଲେ ଗୃହବିଭାଗ ଚିଠିରେ ଦର୍ଶାଇଥିଲା ଯେ ସ˚ସ୍କୃତି ବିଭାଗର କୌଣସି ପତ୍ର ଗୃହ ବିଭାଗ ପାଇନି। ଏନେଇ ୨୦୧୭ରେ ସେ ପୁଣି ଗୃହ ବିଭାଗକୁ ଚିଠି ଲେଖିବା ପରେ ଗୃହ ବିଭାଗ ପୁଣି ସେଇ ଏକା ଉତ୍ତର ରଖିଥିଲା। ତେବେ ଏ ଆଲୋଚନା ପର୍ଯ୍ୟାଲୋଚନା ଏବ˚ ଆକ୍ଷେପ ପ୍ରତ୍ୟାକ୍ଷେପ ପରେ ‘ବନ୍ଦେ ଉତ୍କଳ ଜନନୀ…କୁ ରାଜ୍ୟ ସ˚ଗୀତର ମାନ୍ୟତା ମିଳିବ ନା ଏହା କେବଳ ଏକ ପ୍ରସଙ୍ଗ ହୋଇ ରହିଯିବ, ତାହା ଏବେ ପ୍ରଶ୍ନବାଚୀ।

ସମ୍ବନ୍ଧିତ ଖବର