ଆସନ୍ତାବର୍ଷ ପାଠ୍ୟକ୍ରମରେ ସାମିଲ ହେବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସାମିଲ ହେବ। ପ୍ରଥମ ଶ୍ରେଣୀରୁ ପାଠ୍ୟପୁସ୍ତକରେ ପ୍ରଚଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପିଲାଙ୍କୁ ପାଠ୍ୟପୁସ୍ତକ ବଣ୍ଟା ସରିଛି। ତେଣୁ ଏଥର ପାଠ୍ୟକ୍ରମରେ ସାମିଲ କରିବା ସମ୍ଭବପର ନୁହେଁ। ‌‌ତେଣୁ ଆସନ୍ତା ଶିକ୍ଷାବର୍ଷ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ପିଲାଙ୍କୁ କେମିତି ଏ ବିଷୟରେ ପଢ଼ାହେବ ସେ ନେଇ ନିଷ୍ପତ୍ତି ନିଆଯିବ। ଯଦି ଆବଶ୍ୟକ ପଡ଼ିବ ତେବେ ଚଳିତବର୍ଷ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ। ସ୍କୁଲ ଛୁଟି ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ। ଏବେ ବି କିଛି ବିଦ୍ୟାଳୟରେ ଏହି ସଙ୍ଗୀତ ଗାନ ହେଉଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର