ବଚସାରୁ ଗଣଆତ୍ମହତ୍ୟା! ଚାରପାଲି ଗାଁ ସ୍ତବ୍ଧ

ବରଗଡ଼ : ଶୁକ୍ରବାର ସଂଧ୍ୟାରେ ବରଗଡ଼ ସଦର ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଘଟିଥିଲା ଗଣଆତ୍ମହତ୍ୟା। ଏଥିରେ ମା ଉତ୍ତରା ବନଛୋର (୫୫) ଏବଂ ଯାଆଁଳା ପୁଅ ଜଗା(୨୩) ଓ ବଳିଆ (୨୩)ଙ୍କ ମୃତ୍ୟୁ ଘଟିଥିଲା। ଏହି ଅଭାବନୀୟ ଘଟଣାକୁ ନେଇ ଚାରପାଲି ଗାଁ ସ୍ତବ୍ଧ। ଘଟଣାର କାରଣ ନେଇ ନାନାଦି ଚର୍ଚ୍ଚା ହେଉଛି। ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତନାଘନା ଚଳାଇଛି। ସ୍ତ୍ରୀ ଏବଂ ଦୁଇ ପୁଅଙ୍କୁ ହରାଇ ଗୋପୀନାଥ ଏବେ ଏକୁଟିଆ। ଏହି ଘଟଣା ତାଙ୍କୁ ମଧ୍ୟ ନିର୍ବାକ୍‌ କରି ଦେଇଛି। ପରିବାର ମଧ୍ୟରେ ବଚସା ଯୋଗୁଁ ଏହି କାଣ୍ଡ ଘଟିଥିବା ପାଖପଡ଼ୋଶୀ କହୁଛନ୍ତି। ପୁଲିସ୍‌ ବି ପଚରାଉଚୁରାବେଳେ ସମାନ କଥା ଜାଣିବାକୁ ପାଇଛି।

ଗାଁଲୋକଙ୍କ କହିବା ହେଲା ଶୁକ୍ରବାର ଅପରାହ୍‌ଣରେ ଗୋପୀନାଥ ଗାଁ ଦାଣ୍ଡରେ ପାଟିତୁଣ୍ଡ କରିଥିଲେ। ସେତିକିବେଳେ ଗାଁରେ ଗୋଟିଏ ବିବାହ ଚାଲିଥିଲା। ସ୍ତ୍ରୀ ଏବଂ ଦୁଇପୁଅ ପାଟିତୁଣ୍ଡ ନକରିବାକୁ ଗୋପୀନାଥଙ୍କୁ କହିଥିଲେ। ହେଲେ ଗୋପୀନାଥ ସେମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ପରେ ସମସ୍ତେ ମିଶି ଗୋପୀନାଥଙ୍କୁ ଘରକୁ ଟାଣି ଆଣିଥିଲେ ଏବଂ କବାଟ ଦେଇଥିଲେ। ହେଲେ ସେ କବାଟ ଖୋଲି ପୁଣି ଗାଁ ଦାଣ୍ଡକୁ ଆସି ପାଟିତୁଣ୍ଡ ଜାରି ରଖିଥିଲେ। ଏଥିରେ ଅପମାନିତ ହୋଇ ଉତ୍ତରା ଏବଂ ଦୁଇପୁଅ ଘର ପାଖ ବିଲ ପାଖକୁ ଯାଇ କୀଟନାଶକ ପିଇ ଦେଇଥିଲେ ବୋଲି ଗାଁଲୋକେ କହୁଛନ୍ତି। ପୁଲିସ୍‌ ମଧ୍ୟ ପଚରାଉଚୁରା ବେଳେ ଏଭଳି ତଥ୍ୟ ପାଇଛି।

ସମ୍ବନ୍ଧିତ ଖବର