ଗରମରୁ ରକ୍ଷା ପାଇବା ପାଇଁ ଭାଲୁ ଓ ଛୁଆ ପାଣିରେ ଗାଧୋଉଛନ୍ତି, ଭିଡିଓ ଭାଇରାଲ

ମାଲକାନଗିରି: ପ୍ରବଳ ଗରମ ଯୋଗୁଁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇଗଲାଣି। ଏଥିରୁ ପଶୁପକ୍ଷୀଙ୍କୁ ମଧ୍ୟ ନିସ୍ତାର ନାହିଁ। ଗରମରେ ସମସ୍ତେ ଆଉଟୁପାଉଟୁ ହେଉଥିବା ବେଳେ ଲୋକେ ଏହା ଦାଉରୁ ରକ୍ଷା ପାଇବା ପାଇଁ ଏସି କିମ୍ବା ଫ୍ୟାନର ବ୍ୟବହାର କରୁଛନ୍ତି। ତେବେ ପଶୁପକ୍ଷୀମାନେ ଗରମରୁ ରକ୍ଷା ପାଇବା ପାଇଁ କଣ କରୁଛନ୍ତି ତାହା ଜାଣିବାକୁ ହେଲେ ସୀମାନ୍ତ ଛତିଶଗଡରୁ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାକୁ ଲାଗିଛି। ମା’ ଭାଲୁ ଏବଂ ତାର ଦୁଇଟି ଛୁଆ ଜଂଗଲ ନିକଟରେ ରହିଥିବା ଏକ ଗ୍ରାମର ପାଣି କୁଣ୍ଡରେ ଗାଧୋଉଥିବା ଦେଖିବାକୁ ମିଳିଥିଲା। ଏହା ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ ଜମିଥିଲା। ଲୋକେ ନିଜ ନିଜ ମୋବାଇଲ ଫୋନରୁ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ସେହି ଭିଡିଓ ଏବେ ବେଶ ଭାଇରାଲ ହେବାକୁ ଲାଗିଛି। ଛତିଶଗଡ ଜଂଗଲରୁ ଜନ୍ତୁ ବାହାରକୁ ବାହାରି ପାଣି ସନ୍ଧାନରେ ବାହାରୁଛନ୍ତି, ଯେଉଁଠି ପାଣି ପାଇଲେ ସେଠାରେ ଦୀର୍ଘ ସମୟ ଧରି ରହିଯାଉଛନ୍ତି। ତେବେ ଏହି ମାଆ ଭାଲୁ ଏବଂ ଛୁଆମାନେ କାହାର କିଛି କ୍ଷତି କରିନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର