ଜାମ୍‌ତରା ଗ୍ୟାଙ୍ଗ୍‌କୁ ରିମାଣ୍ଡରେ ନେବ ବେଙ୍ଗାଲୁରୁ ପୁଲିସ, ଆଜି ରିମାଣ୍ଡ ଆବେଦନ କରିବ

ଭୁବନେଶ୍ବର : ଜାନୁଆରି ୨୯ରେ ମଞ୍ଚେଶ୍ବର ପ୍ରାଚୀବିହାର ଅଞ୍ଚଳରୁ ଗିରଫ ହୋଇଥିବା ଜାମ୍‌ତରା ଗ୍ୟାଙ୍ଗ୍‌ର ୩ ସାଇବର ଠକଙ୍କୁ ରିମାଣ୍ଡରେ ନେବ ବେଙ୍ଗାଲୁରୁ ପୁଲିସ। ଆଜି ବେଙ୍ଗାଲୁରୁ ପୁଲିସ ଓଡ଼ିଶା ଆସି କ୍ରାଇମ୍‌ବ୍ରାଞ୍ଚ୍‌କୁ ରିମାଣ୍ଡ ପାଇଁ ଆବେଦନ କରିବ। କୋର୍ଟରେ ଆବେଦନ ଗ୍ରହଣ କରାଯିବା ପରେ ସାଇବର ଠକଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇ ଜେରା କରାଯିବ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଆଜି ସୂଚନା ଦେଇଛନ୍ତି। ଏଡିଜି ଆହୁରି କହିଛନ୍ତି ଯେ ପୂର୍ବରୁ ମଧ୍ୟ କୋଲ୍‌କାତା ପୁଲିସ ୩ ଜାମ୍‌ତରା ଠକ ଚେତଲାଲ ମଣ୍ଡଳ, କ୍ରିଷ୍ଣ କୁମାର ମଣ୍ଡଳ ଓ ପ୍ରଧୁମ ମଣ୍ଡଳଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିସାରିଛି। ତେଣୁ କୋଲ୍‌କାତା ପୁଲିସ ରିମାଣ୍ଡରେ ନେଇ ଜେରା କରିବା ପରେ ଯାଇ ବେଙ୍ଗାଲୁରୁ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଅପରପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଜବତ କରିଥିବା ୩୩ ସିମ୍ କାର୍ଡ ନମ୍ବରରେ ଏହି ୨ରାଜ୍ୟରେ ମାଳମାଳ ଠକେଇର ଲିଙ୍କ୍ ବାହାରିଛି। ତେଣୁ ଏହି ଜାମ୍‌ତରା ଗ୍ୟାଙ୍ଗ୍ ସଦସ୍ୟଙ୍କୁ ଜେରା କରି ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରାଯିବ।

ସମ୍ବନ୍ଧିତ ଖବର