ବେଣୁଧର ପାଣିଗ୍ରାହୀଙ୍କ ପରଲୋକ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟିର ବରିଷ୍ଠ ସମାଜସେବୀ ତଥା ପୂର୍ବତନ ସରପଂଚ ବେଣୁଧର ପାଣିଗ୍ରାହୀ (୯୮)ଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ। ରବିବାର ସ୍ଥାନୀୟ ବିଜାଖମନ ଶ୍ମଶାନଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗତ ବେଣୁଧରଙ୍କ ତୃତୀୟ ପୁତ୍ର ନବୀନ ମୁଖାଗ୍ନି ଦେଇଥିଲେ।

ସ୍ୱର୍ଗତ ବେଣୁଧରଙ୍କ ୮ ପୁଅ ଓ ୨ ଝିଅ ଥିବା ବେଳେ ୨ ପୁଅଙ୍କ ପୂର୍ବରୁ ପରଲୋକ ହୋଇଯାଇଛି। ତାଙ୍କ ପତ୍ନୀ ବିନୋଦିନୀଙ୍କ ମଧ୍ୟ ପୂର୍ବରୁ ମୃତ୍ୟୁ ହୋଇସାରିଛି। ତାଙ୍କର ପୁଅଙ୍କ ମଧ୍ୟରେ ସ୍ୱର୍ଗତ ଅନ୍ତର୍ଯ୍ୟାମୀ (ପୂର୍ବତନ ରେଞ୍ଜର), ସ୍ୱର୍ଗତ ଲଲିତ (ପୂର୍ବତନ ପୁଲିସ ଡିଏସ୍‌ପି ), ନବୀନ (ପୂର୍ବତନ ରେଞ୍ଜର),  ସରୋଜ କୁମାର (ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ), ଅଧ୍ୟାପକ ସୁରେନ୍ଦ୍ର, ସୁଶିଲ (ପୂର୍ବତନ ଅତିରିକ୍ତ ଏସପି), ସୁଶାନ୍ତ (ପୂର୍ବ ବ୍ଲକ୍‌ ଅଧ୍ୟକ୍ଷ), ସୁକାନ୍ତ (ବିଶିଷ୍ଟ କ୍ରୀଡ଼ାବିତ ତଥା ଏଜି ଅଧିକାରୀ) ଓ ୨ ଝିଅ ସଂଯୁକ୍ତା ଓ ସବିତା ସେହିପରି ନାତି ନାତୁଣୀଙ୍କ ମଧ୍ୟରେ ସୁବାସ, ବିକାଶ, ତାପସ, ପ୍ରିତୀଶ, ପ୍ରଭାସ, ପ୍ରତ୍ୟୁଷ, ପିୟୁଷ ପ୍ରମୁଖ ଶ୍ମଶାନରେ ଉପସ୍ଥିତ ଥିଲେ। ଭଣଜା ମାନଙ୍କ ମଧ୍ୟରେ ହରିନାରାୟଣ(ନରି), ସଞ୍ଜିବ ଓ ଶାନ୍ତନୁ ପ୍ରମୁଖ ଶ୍ମଶାନରେ ଉପସ୍ଥିତ ଥିଲେ। ଜ୍ୱାଇଁଙ୍କ ମଧ୍ୟରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ନାଏକ ଓ ବହୁ ବନ୍ଧୁ ପରିଜନ ଅନ୍ତିମ ଦର୍ଶନ କରିଥିଲେ। ପୂର୍ବତନ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ୱର୍ଗତ ବେଣୁଧରଙ୍କ ବୋହୂ ଅଟନ୍ତି।

ସମ୍ବନ୍ଧିତ ଖବର