ଭଦ୍ରକ : ଜିଲ୍ଲା ଜେଲ ନିର୍ମାଣ ନିଷ୍ପତ୍ତି ପାଣିର ଗାର

ଭଦ୍ରକ : ଭଦ୍ରକର ବହୁଦରଡାରେ ଜିଲ୍ଲା ଜେଲ ନିର୍ମାଣ ନିଷ୍ପତ୍ତିର ପାଣିର ଗାର ପାଲଟିଛି। ଭଦ୍ରକ ବ୍ଲକ ଅନ୍ତର୍ଗତ ବହୁଦରଡା ମୌଜାର ୨୦ ଏକର ସରକାରୀ ଜମି ଉପରେ ଜିଲ୍ଲା ଜେଲ ନିର୍ମାଣ ହେବା ନେଇ ଗତ ଏକ ବର୍ଷ ତଳେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଏହାର କ୍ଷେତ୍ର ପରିଦର୍ଶନରେ ଆସିଥିବା ଜେଲ ଡିଆଇଜି ଗୋପବନ୍ଧୁ ମଲ୍ଲିକ ନିଜର ମତ ପ୍ରକାଶ କରିଥିଲେ। ଡିଆଜିଙ୍କ ଶ୍ରୀ ମଲ୍ଲିକଙ୍କ ସହ ବରିଷ୍ଠ ମଣ୍ଡଳ କାରାଗାର ଅଧିକ୍ଷକ ବାରିପଦା ନିରଜଂନ ଦାସ, ବାଲେଶ୍ବର ଜେଲ ଅଧିକ୍ଷକ କୁଳମଣି ବେହେରା, ଭଦ୍ରକ ଜେଲ ଅଧିକ୍ଷକ କୁଅଁର ମଣ୍ଡଳ, ଆଡଇସିନାଲ ତହସିଲଦାର ଡ. ମିନାକ୍ଷୀ ଦାସ, ସ୍ଥାନୀୟ ସରପଞ୍ଚ ମୁକୁନ୍ଦଦେବ ସାମଲଙ୍କ ସହ ରାଜ୍ୟ ପୁଲିସ ହାଉସିଂ କପୋର୍ରେସନର ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ଏଠାରେ ଥିବା ୨୦ଏକର ସରକାରୀ ଜମିରେ ଜିଲ୍ଲା ଜେଲ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଥିଲେ।

image source-scroll.in

ଜେଲ ଅଧିକ୍ଷକ ଜମି ଅଧିଗ୍ରହଣ ପାଇଁ ଜେଲ ଆଇଜିଙ୍କୁ ଚିଠି ଲେଖିଥିଲେ। ଆଇଜିଙ୍କ ନିର୍ଦ୍ଦେଶ ପରେ ରାଜସ୍ୱ ବିଭାଗ ହୋମ୍ ଜେଲ ଡିପାର୍ଟମେଣ୍ଟ ନାମରେ ଜମିର ସତ୍ତ୍ବ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଆର.ଓ.ଆର. କାର୍ଯ୍ୟ ଶେଷ ହେବା ପରେ ଅନୁଦାନ ଯୋଗାଇ ଦିଆଯାଇ ଜେଲ ନିର୍ମାଣ କରାଯିବ ବୋଲି ଅଧିକ୍ଷକ ନିଜର ମତ ଦେଇଥିଲେ। ଏଇ ପ୍ରକ୍ରିୟା ଶେଷ ହେବା ବେଳକୁ ଏଠାରେ ଜେଲ ନିର୍ମାଣ ନକରିବା ପାଇଁ ସେତେବେଳେ କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ବହୁଦରଡା ଅଞ୍ଚଳରେ ଜେଲ ନିର୍ମାଣ ନକରାଯାଉ ବୋଲି ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ। ଅବଶ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏଭଳି ବିରୋଧ ପ୍ରସଙ୍ଗ ଅଧିକ କ୍ରିୟାଶୀଳ ହୋଇପାରି ନଥିଲା। ଭଦ୍ରକରେ ଥିବା ପୁରୁଣା ସବ୍ ଡିଭିଜିନାଲ ଜେଲର କାପାସିଟି ୧୬୨ ଥିବା ବେଳେ ଏଠାରେ ୩୫୦ରୁ ଅଧିକ ବନ୍ଦୀ ରହୁଛନ୍ତି। ସେମାନେ ଜେଲର ଚାରିକାନ୍ଥ ଭିତରେ ଅତି ଦୟନିୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏଠି ଜେଲ ସଂସ୍କାର ଆଇନକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଜେଲ୍ କତ୍ତୃପକ୍ଷ ଗତ ୨୦୦୮ ମସିହାରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ପଞ୍ଚାୟତର ଅମରଗଡିଆଠାରେ ଜେଲ୍ ପ୍ରତିଷ୍ଠା କରିବା ପାଇଁ ୨୨ ଏକର ସରକାରୀ ଜମି ଯୋଗାଇ ଦେଇଥିଲେ। ଏଇଠାରେ ଜେଲ ନିର୍ମାଣ ନେଇ ଭୂମିପୂଜାଠାରୁ ଆରମ୍ଭ କରି ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ବାଉଣ୍ଡାରି ୱାଲ ପାଇଁ ୮୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଏକ ଲୋ ଲ୍ୟାଣ୍ଡ ବୋଲି କହିବା ସହ ଏଠାରେ ୨୫ ଏକର ଜମି ନଥିବାରୁ ଜେଲ୍ ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ଜେଲ୍ ଗାଇଡ୍ ଲାଇନ୍‌ର ଆଳ ଦେଖାଇ ଅମରଗଡିଆ ଜେଲ୍ ନିର୍ମାଣ ପ୍ରକଳ୍ପକୁ ସବୁଦିନ ପାଇଁ ବନ୍ଦ କରିଦେଲେ।

hand in jail

ପୁଣି ଚାଲିଲା କେଉଁଠି ନିର୍ମାଣ ହେବ ଜେଲ୍। ଜମି ଖୋଜା ପ୍ରକ୍ରିୟା ଭିତରେ ବହୁଦରଡା ମୌଜାରେ ଥିବା ୨୦ ଏକର ସରକାରୀ ଜମିକୁ ଚିହ୍ନଟ କରାଯାଇଥିଲା। ଏଠାରେ ଜେଲ ନିର୍ମାଣ ପାଇଁ ଚୂଡାନ୍ତି ନିଷ୍ପତ୍ତି ହୋଇଥିଲା। ଜିଲ୍ଲାରେ ଗୋଟିଏ ପଟେ ପୁରୁଣା ଜେଲରେ ବନ୍ଦୀଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏଠାରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କର ମାନବାଧିକାର କ୍ଷୂର୍ଣ୍ଣ ହେଉଛି। ଅନ୍ୟପଟରେ ଜେଲ୍ ନିର୍ମାଣ କରିବାରେ ଅହେତୁକ ବିଳମ୍ବ କରିବା ଘଟଣାକୁ ନେଇ ପ୍ରଶାସନର ଅପାରଗତା ପଦାରେ ପଡିଛି। ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୌଣସି ଏକ ପ୍ରମୁଖ ପ୍ରସଙ୍ଗ ପ୍ରତି ଗୁରୁତ୍ବ ନଥିବା ପରି ମନେ ହେଉଛି। ଆପେ ବଞ୍ଚିଲେ ବାପାର ନାଁ ନ୍ୟାୟରେ ଚାଲିଛି ପ୍ରଶାସନ। ଜିଲ୍ଲାରେ ଗତ କିଛି ବର୍ଷ ହେଲା କିଛି ଅଫିସରଙ୍କର ରାଜ୍ ଚାଲିଛି। ଏଠି ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଗୌଣ ଦୃଷ୍ଟିରେ ଦେଖାଯାଉଛି। ଯେଉଁଥି ପାଇଁ ଜିଲ୍ଲାରେ ଯେତେସବୁ ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରୀ ନହୋଇ କେବଳ ପ୍ରସ୍ଥାବ ଭିତରେ ଅଟକି ରହିଛି। ସେଥିମଧ୍ୟରୁ ଜେଲ୍ ନିର୍ମାଣ ପ୍ରସଙ୍ଗ ଅନ୍ୟତମ।

ସମ୍ବନ୍ଧିତ ଖବର