୧୭ରେ ଭାରତୀୟ କିଷାନ ସଂଘର କୃଷକ ଜାଗରଣ ସମାବେଶ

ଭୁବନେଶ୍ବର : ଆସନ୍ତା ୧୭ ତାରିଖରେ ଭାରତୀୟ କିଷାନ ସଂଘର ବିଶାଳ କୃଷକ ଜାଗରଣ ସମାବେଶ ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହେବ। ୧୦ ଦଫା ଦାବି ନେଇ ରାଜ୍ୟର ହଜାର ହଜାର କୃଷକ ସରକାରଙ୍କୁ ଜବାବ ମାଗିବେ। ଫସଲ ବୀମାରେ ଚାଷୀର ପ୍ରତ୍ୟେକ ପ୍ଲଟ୍‌କୁ ୟୁନିଟ୍‌ ରୂପେ ଗ୍ରହଣ କରାଯାଇ ବୀମାଭୁକ୍ତ କରିବା, ସରକାର କୃଷକମାନଙ୍କ ସହ ଆଲୋଚନା କରି ପ୍ରତ୍ୟେକ ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ କରିବା, ଓଡ଼ିଶାରେ ଓପିଏମ୍‌ସି ଆକ୍ଟ ୨୦୦୩ ଅନୁସାରେ କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା କରିବା, ଧାନର ସର୍ବନିମ୍ନ ବିକ୍ରୟ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ଟଙ୍କା କରିବା, ମଣ୍ଡିରେ ୫/୬କିଲୋ କଟ୍‌ନିଛଟ୍‌ନି ବନ୍ଦ କରିବା, କୃଷକଙ୍କୁ ବିନା ସୁଧରେ ୨ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା ଆଦି ୧୦ ଦଫା ଦାବି ନେଇ ସଂଘ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବ। ଆଜି ନୂଆପଲ୍ଲୀ ଅପର୍ଣ୍ଣା ଆପାର୍ଟମେଣ୍ଟ ସଭାଗୃହରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ସମ୍ପାଦକ ଜାନକୀବଲ୍ଲଭ ସ୍ବାଇଁ ଓ ମିଡିଆ ସଂଯୋଜକ ତଥା ପ୍ରଚାର ପ୍ରସାର ମୁଖ୍ୟ ମୟୂରେସ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର