‘ଭାରତ ପଢ଼େ ଅନ୍‌ଲାଇନ୍‌’ ଅଭିଯାନ ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ‘ଭାରତ ପଢ଼େ ଅନ୍‌ଲାଇନ୍‌’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଦେଶରେ କିଭଳି ଅନ୍‌ଲାଇନ୍‌ ଶିକ୍ଷାର ବିକାଶ କରାଯାଇପାରିବ, ସେନେଇ ଲୋକଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ସପ୍ତାହବ୍ୟାପୀ ଅଭିଯାନର ଶୁଭାରମ୍ଭ କରି କହିଲେ, ଭାରତର ଶ୍ରେଷ୍ଠ ଚିନ୍ତାଶୀଳ ବ୍ୟକ୍ତିବିଶେଷଙ୍କ ମତାମତ ସଂଗ୍ରହ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଦେଶରେ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥାକୁ କିଭଳି ଉନ୍ନତ ଓ ବାସ୍ତବଧର୍ମୀ କରାଯାଇପାରିବ, ସେନେଇ ସେମାନେ ନିଜର ମତାମତ/ସେହି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ ପନ୍ଥା ସଂପର୍କରେ ମନ୍ତ୍ରଣାଳୟକୁ ଜଣାଇପାରିବେ। ସେହିପରି ଏବେ ଉପଲବ୍ଧ ଥିବା ଡିଜିଟାଲ ଶିକ୍ଷା ପ୍ଲାଟଫର୍ମକୁ କିଭଳି ସଂପ୍ରସାରଣ କରାଯାଇପାରିବ, ସେଥିପାଇଁ ମଧ୍ୟ ପରାମର୍ଶ ଦେବେ। ବିଶେଷଜ୍ଞମାନେ
[email protected]’, ‘mailto: bharatpadheonline.mhrd @gmail.com’ ଓ ଟ୍ଵିଟଣ୍‌ରେ #BharatPadhe online ବ୍ୟବହାର କରି ଏପ୍ରିଲ ୧୬ ସୁଦ୍ଧା ସେମାନଙ୍କର ମତାମତ ପଠାଇ ପାରିବେ। ଟ୍ବିଟର୍‌ ବ୍ୟବହାର କଲା ବେଳେ ଜଣେ ପ୍ରେରକ ‘@HRDMinistry ଏବଂ @DrRPNishank’ ବୋଲି ସୂଚୀତ କରିବାକୁ ପଡ଼ିବ, ଫଳରେ ସେମାନଙ୍କର ଚିନ୍ତାଧାରା ଓ ମତାମତ ବିଜ୍ଞାପିତ ହେବ।

ମନ୍ତ୍ରୀ ଶ୍ରୀ ନିଶଙ୍କ ଆହୁରି କହିଛନ୍ତି ଯେ ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକ ହେଉଛନ୍ତି ଆମର ମୁଖ୍ୟ ‘ଟାର୍ଗେଟ୍‌ ଅଡିଆନ୍ସ’। ସେମାନେ ଏହି ଅଭିଯାନରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ। ଯାହାଦ୍ୱାରା ବର୍ତ୍ତମାନ ପ୍ରଚଳିତ ଅନ୍‌ଲାଇନ୍‌ ଶିକ୍ଷା ପଦ୍ଧତିକୁ ଉନ୍ନତ କରାଯାଇପାରିବ। ଯେଉଁମାନେ ଏବେ ସ୍କୁଲ କିମ୍ବା କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି ଏବଂ ସେମାନଙ୍କୁ ବର୍ତ୍ତମାନର ଡିଜିଟାଲ ପ୍ଲାଟଫର୍ମ ସହ ସଂପର୍କିତ ଅଛନ୍ତି, ସେମାନଙ୍କୁ ଦୈନନ୍ଦିନ ଭିତ୍ତିରେ ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ସେମାନେ ମଧ୍ୟ ଏହି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଥିବା ଦୋଷ ତ୍ରୁଟି ସଂପର୍କରେ ନିଜର ମତାମତ ରଖିପାରିବେ। ତାହାକୁ କିଭଳି ଭାବେ ଆମେ ଉନ୍ନତ କରିପାରିବା, ସେନେଇ ପରାମର୍ଶ ଦେଇପାରିବେ। ଦେଶବ୍ୟାପୀ ଶିକ୍ଷକ ସମାଜ ଏହି ଦିଗରେ ଆଗେଇ ଆସିବା ଉଚିତ। ଏହାର ଉନ୍ନତି ପାଇଁ ସେମାନେ ନିଜ ନିଜର ଅନୁଭୂତି ତଥା ବିଶେଷ ଜ୍ଞାନପ୍ରଦାନ ପୂର୍ବକ ସହଯୋଗ କରିବା ଆବଶ୍ୟକ। ସେମାନଙ୍କ ସହ ସରକାର ଆଲୋଚନା ଆରମ୍ଭ କରିପାରିବେ। ଏକ ଆଦର୍ଶ ଅନ୍‌ଲାଇନ୍‌ ଶିକ୍ଷା ବାତାବରଣ ସୃଷ୍ଟି ପାଇଁ କରାଯାଇ ପାରିବ ବୋଲି ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି।

ସମ୍ବନ୍ଧିତ ଖବର