ଶ୍ରୀନଗର ଲାଲଚୌକରେ ତ୍ରିରଙ୍ଗା ଉଡାଇ ଗିରଫ ହୋଇଥିଲେ ଭୃଗୁ, ମନେ ପଡିଲା ସେହି କଳା ଦିନ

ଭୁବନେଶ୍ୱର: ଜାନୁୟାରୀ ୨୬, ୨୦୧୧ ଜମ୍ମୁକଶ୍ମୀରର ଶ୍ରୀନଗର ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ଉଦ୍ୟମ କରିଥିଲେ ବିଜେପି ଯୁବ ମୋର୍ଚ୍ଚାର କିଛି ସଦସ୍ୟ | ତେବେ ଏଥିପାଇଁ ଅନୁମତି ଦେଇନଥିଲା ପୁଲିସ | ବିଜେପି ଯୁବମୋର୍ଚ୍ଚାର ଜାତୀୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ସହ ଅନ୍ୟ କିଛି ସଦସ୍ୟଙ୍କୁ ପୁଲିସ ଗିରଫ କରିଥିଲା | ସେମାନଙ୍କୁ ଜୋର ଜବରଦସ୍ତ ଗିରଫ କରି ଥାନାକୁ ନେଇଯାଇଥିଲା | ଏହି ଯୁବମୋର୍ଚ୍ଚା ସଦସ୍ୟମାନେ ତ୍ରିରଙ୍ଗା ପତାକା ଦେଖାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା | କାରଣ ସେତେବେଳେ ଧାରା ୩୭୦ ଅନୁଯାୟୀ ଜମ୍ମୁ କଶ୍ମୀରବାସୀଙ୍କୁ ଭାରତର ପତାକା ସହିତ ରାଜ୍ୟ ପାଇଁ ଏକ ସ୍ବତନ୍ତ୍ର ପତାକା ଉଡ଼ାଇବା ଅନୁମତି ପ୍ରଦାନ କରାଯାଉଥିଲା। ତେବେ ସେହିଦିନ ଆଉ କେବେ ଦେଖିବାକୁ ମିଳିବ ନାହିଁ ବୋଲି ଭୃଗୁ ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି |


ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ‌ ଉଚ୍ଛେଦ କରାଯିବା ପରେ ଏବେ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଏବଂ କେବଳ ଜାତୀୟ ପତାକା ତ୍ରିରଙ୍ଗା ହିଁ ଉଡ଼ିବ।

ପୂର୍ବରୁ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକା ରହୁଥିବା ବେଳେ ଏବେ ଜମ୍ମୁ-କାଶ୍ମୀରରେ କେବଳ ତ୍ରିରଙ୍ଗା ପତାକା ରହିବ । ଏପରିକି ତ୍ରିରଙ୍ଗାକୁ ଅପମାନ କଲେ ଆଉ ତ୍ରାହି ମିଳିବନି।

ସମ୍ବନ୍ଧିତ ଖବର