କଳିଙ୍ଗା ଘାଟିରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ଆରୋହୀ ମୃତ, ଅନ୍ୟ ଜଣେ ଗୁରୁତର

ଘୁ.ଉଦୟଗିରି: ଆଜି ସନ୍ଧ୍ୟା ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌ (ହିରୋହଣ୍ଡା ସ୍ପେଲଣ୍ଡର ଓଡ଼ି୦୭ଏ-୦୧୮୫) ବାଇକରେ କଳିଙ୍ଗାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଅନ୍ଧାରକୋଟ ପରେ ଏକ ହମସକୁ ଡେଇଁ ରାସ୍ତା ପାର୍ଶ୍ଵ ଗାର୍ଡ ପାଚେରୀରେ ବାଡେଇ ହୋଇ ରାସ୍ତାରେ ପଡ଼ିଥିଲେ। ଏହି ସମୟରେ କିଛି ଯୁବକ ସେଇ ରାସ୍ତା ଦେଇ ଆସୁଥିବା ବେଳେ ଘଟଣାସ୍ଥଳରୁ ଟିକାବାଲି ଟିମ ହ୍ୟୁମାନିଟି ସଦସ୍ୟଙ୍କୁ ଖବର ଦେବା ପରେ ଟିମ ହ୍ୟୁମାନିଟି ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ଦୁଇ ଆହତଙ୍କୁ ଦେଖିବା ପରେ ଜଣଙ୍କୁ ମୃତ ଘୋଷିତ କରିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଚିକିତ୍ସା କରିଥିଲେ।

ଖବର ପାଇ ସ୍ଥାନୀୟ ଆଇଆଇସି ଅଜୟ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ।ଦୁର୍ଘଟଣା ଘଟିଥିବା ସ୍ଥାନଟି ଭଞ୍ଜନଗର ପୁଲିସ ଥାନା ଅଧୀନରେ ଥିବା ଯୋଗୁଁ ଭଞ୍ଜନଗର ପୁଲିସ ଘଟଣା ସ୍ଥଳରେ ପହଁଚିଲେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ। ଘଟଣାସ୍ଥଳରେ ବାଇକଟି ପଡିଥିବା ଯୋଗୁଁ ଭଞ୍ଜନଗର ପୁଲିସ ପହଞ୍ଚି ବା ପର୍ଯ୍ୟନ୍ତ କଳିଙ୍ଗାର କିଛି ଯୁବ ସମାଜ ସେବୀ ବାଇକ ଟିକୁ ଜଗି ରହିଛନ୍ତି।

ସମ୍ବନ୍ଧିତ ଖବର