ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଘଟଣା: ଆହତ ରାଜଶ୍ରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳି

ବାଲେଶ୍ୱର: ତାଳସାରୀ ବେଳାଭୂମି ମହୋତ୍ସବର ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ୟକରି ହୋଇଥିବା ଅଣ୍ଡାମାଡ଼ ଓ ଅଣ୍ଡାମାଡ଼ କରିଥିବା ସଂପୃକ୍ତ ମହିଳାଙ୍କୁ ବିଜେଡି କର୍ମୀମାନେ ପୁଲିସ ହାତରୁ ମହିଳାଙ୍କୁ ଛଡ଼ାଇ ନେଇ ମାଡ଼ ମାରି ଆହତ କରିବା ଘଟଣା ନେଇ ବାଲେଶ୍ୱରରେ ଉତ୍ତେଜନା ଦେଖାଦେଇଛି। ଅଣ୍ଡାମାଡ଼ ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୁୁବ୍ଧଓ ହୋଇ ଫେରି ଯିବା ପରେ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଣ୍ଡା ଫିଙ୍ଗିଥିବା ରାଜଶ୍ରୀ କମିଳା। ଦଳୀୟ କର୍ମୀଙ୍କ ମାଡ଼ରେ ଆହତ ଶ୍ରୀମତୀ କମିଳାଙ୍କୁ ପୁଲିସ ବାଲେଶ୍ୱର ହସପିଟାଲକୁ ପଠାଇ ଦେଇଥିଲା। ଆଜି ବିଜେପିର ବରିଷ୍ଠ ନେତା ତଥା ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳି ଡାକ୍ତରଖାନା ଯାଇ ଆହତ ରାଜଶ୍ରୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ସମ୍ବନ୍ଧିତ ଖବର