ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅସହଯୋଗ ପ୍ରତିବାଦରେ ବିଜେପିର ବ୍ଳକ୍ ଅଫିସ୍ ଘେରାଉ

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ୧୧ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ୧୦ ଟି ପଞ୍ଚାୟତର ସରପଞ୍ଚମାନଙ୍କୁ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଳକ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉଥିବା ବି୍ଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷିରେ ଶୁକ୍ରବାର ଦଳ ପକ୍ଷରୁ ବ୍ଳକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବିଜେପିର ବହୁ ନେତା ଓ କର୍ମୀ ବ୍ଳକ୍ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବା ସହ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମାନେ ପୂର୍ବରୁ ବିଜେପି ନେତାଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ସେମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ପଞ୍ଚାୟତ ମାନଙ୍କରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇ ପାରୁନାହିଁ। ପଞ୍ଚାୟତ ଗୁଡ଼ିକରେ ଗ୍ରାମସଭା ଏବଂ ପଲ୍ଲୀସଭା କରାଯାଇ ତାହାକୁ ନିର୍ଦ୍ଧାରଣ କରି ଭତ୍ତା ପଞ୍ଚାୟତ ଗୁଡ଼ିକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲିଖିତ ଭାବେ ଦିଆ ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନଥିବା ଅଭିଯୋଗ କରିଥିଲେ। ମନରେଗା ଯୋଜନାରେ ପଞ୍ଚାୟତ ଏବଂ ବ୍ଳକ ସ୍ତରୀୟ ଅଧିକାରୀମାନେ ଅସହଯୋଗ ଓ ଅଣଦେଖା କରୁଥିବା ଅଭିଯୋଗ କରିବା ସହ ଭତ୍ତା ଓ ସରକାରୀ ଗୃହ ସହାୟତା ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଉଥିବା ଅଭିଯୋଗ କରି ଧାରଣା ଦେଇଥିଲେ।

ବିଜେପି ପକ୍ଷରୁ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ରୋଷେଇ କରି ଅହୋରାତ୍ର ଧାରଣା ଦେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୁଲିସ୍ ବୁଝାଶୁଝା କରିବା ପରେ ରୋଷେଇ କାର୍ଯ୍ୟ ବାହାର କରାଯାଇଥିଲା। ଏଥିସହ ଦୀର୍ଘ ୩ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ଥାନା ଅଧିକାରୀ ଧୀରେଶ ଦାସ,ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ,ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ଆନ୍ଦୋଳନରୁ ହଟିବା ପାଇଁ ବିଜେପି ନେତା ଓ କର୍ମୀଙ୍କୁ ବୁଝାଶୁଝା କରିଥିଲେ। କିଛି ସମୟ ପାଇଁ ବ୍ଳକ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହାପରେ ଉପଜିଲ୍ଲାପାଳ ଶ୍ରୀ ରାୟ ବିଭିନ୍ନ ଭତ୍ତା ପାଇଁ ପଞ୍ଚାୟତ ପ୍ରତିନିଧି ସହ ଆଲୋଚନା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିବା ବିାଜେପି କର୍ମୀ ମାନଙ୍କୁ କହିଥିଲେ। ଏଥିସହ ଏକ ମାସ ମଧ୍ୟରେ ସମସ୍ତଙ୍କୁ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ନେତା ଓ କର୍ମୀ ମାନେ ଅନ୍ଦୋଳନରୁ ଓହରି ଥିଲେ। ଏଥିରେ ବରିଷ୍ଠ ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠୀ,ଘୁମୁସର ଜିଲ୍ଲା ବିଜେପି ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର,ସନ୍ତୋଷ ତିଆଡି,ନୀଳମାଧବ ପାତ୍ର,ସୁବାଷ ବରାଡ,ଉଦ୍ଧବ ମିଶ୍ର,ଲକ୍ଷ୍ମଣ ନାୟକ,ହୃଷିକେଶ ପ୍ରଧାନ,ରବିନ୍ଦ୍ର ଗୌଡଙ୍କ ସମତେ ବିଜେପି ସର୍ମଥିତ ସରପଞ୍ଚ,ସମିତିସଭ୍ୟ ବହୁ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର