ପୋଷ୍ଟାଲ ଓ ଦିବ୍ୟାଙ୍ଗ ଭୋଟ୍‌କୁ ବିଜେଡି ସପକ୍ଷରେ କରାଇବା ଦାୟିତ୍ବ ବିଡିଓଙ୍କୁ ଦିଆଯାଇଛି: ବିଜେପି

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ଜିତିବା ପାଇଁ ବିଜେଡି ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିବା ସହ ସରକାରୀ କର୍ମଚାରୀଙ୍କୁ ଆଇନ ବିରୋଧୀ କାର୍ଯ୍ୟରେ ବ୍ୟବହାର କରୁଛି। ଚଳିତ ପଦ୍ମପୁର ଉପନିର୍ବାଚନରେ ପୋଷ୍ଟାଲ ଏବଂ ଦିବ୍ୟାଙ୍ଗ ଭୋଟ୍‌କୁ ବିଜେଡି ସପକ୍ଷରେ କରାଇବାର ଦାୟିତ୍ୱ ଏବେ ସ୍ଥାନୀୟ ବିଡିଓଙ୍କୁ ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ମୁଖପାତ୍ର ସୋନାଲି ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର