ସୋନି ଟିଭିରେ ଶିଳ୍ପା ସେଟ୍ଟୀ ଓ ଅନୁରାଗ ବସୁଙ୍କ ନିବେଦନ, ନା ଅକେଲେ କଭି ଛୋଡ଼ା ଥା, ନା ଅକେଲେ ତୁମ୍‌କୋ ଛୋଡ଼େଙ୍ଗେ ହମ୍

‘ଫନି’ ପାଇଁ ଟ୍ବିଟ୍‌ରରେ ସମବେଦନାର ସୁଅ

ଭୁବନେଶ୍ବର : ‘ଫନି’ରେ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ସୋନି ଟିଭି ସହାୟତାର ହାତ ବଢ଼ାଇଛି। ସୋନି ଟିଭି ପକ୍ଷରୁ ଜାରି କରାଯାଇଥିବା ଦୁଇଟି ଭିଡିଓ ବାର୍ତାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ନିର୍ଦେଶକ ଅନୁରାଗ ବସୁ କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି। ୱିଥୟୁଓଡ଼ିଶାରେ ଏହା ଟ୍ରେଣ୍ଡ ହେବାରେ ଲାଗିଛି।

ଭିଡିଓରେ ଶିଳ୍ପା ଓ ଅନୁରାଗ କହୁଛନ୍ତି ଯେ, ଚାହେ ଜିତ୍‌ନା ଭି ବଡ଼ା ତୁଫାନ ହୋ, ହର ତୁଫାନ୍‌ ସେ ଲଢେଙ୍ଗେ ହମ୍। ନା ଅକେଲେ କଭି ଛୋଡ଼ା ଥା, ନା ଅକେଲେ ତୁମ୍‌କୋ ଛୋଡ଼େଙ୍ଗେ ହମ୍। ଜୋ ଘର ଉଜଡ଼ ଗୟେ ଉନ୍‌ହେ ଫିର ସେ ବସାଏଙ୍ଗେ ହମ୍। ହର ଚୋଟ ପର ମରହମ୍ ଲାଗାଏଙ୍ଗେ ହମ୍…। ଆଇୟେ ବଢ଼ାଇୟେ ମଦତ୍ କା ସାଥ ଔର ଦିଜିଏ ଓଡ଼ିଶା କା ସାଥ। ଶିଳ୍ପାଙ୍କ ୩୫ ସେକେଣ୍ଡର ଏହି ଭିଡିଓ ବାର୍ତାକୁ ୧୦୮୨ଜଣ ଦେଖିଥିବା ବେଳେ ଅନୁରାଗଙ୍କ ୨୭ ସେକେଣ୍ଡର ଭିଡିଓକୁ ୧୦୦୯ ଜଣ ଦେଖି ସାରିଛନ୍ତି।

ସେହିପରି ରିପବ୍ଲିକ୍ ଟିଭି ପକ୍ଷରୁ ମଧ୍ୟ ‘ଫନି’ ସହାୟତା ପାଇଁ ନିବେଦନ କରାଯାଇଛି। ୪୨ ସେକେଣ୍ଡର ଏହି ଭିଡିଓରେ ବାତ୍ୟାର ପ୍ରଳଙ୍କକାରୀ ଦୃଶ୍ୟ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବା ପାଇଁ ନିବେଦନ କରୁଥିବାର ଭିଡିଓ ରହିଛି। ଏହାକୁ ୪୭୧୩ଜଣ ଦେଖି ସାରିଛନ୍ତି।

‘ଫନି’ ପାଇଁ ଟ୍ବିଟ୍‌ରରେ ସମବେଦନାର ସୁଅ

ଅଧିକରୁ ଅଧିକ ଦାନ କରବା ସହିତ ଓଡ଼ିଶା ଗଠନରେ ସହାୟକ ହୁଅନ୍ତୁ : ରାଜକୁମାର ରାଓ, ଅଭିନେତା

ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳରେ ‘ଫିଡିଂଇଣ୍ଡିଆ’ ପକ୍ଷରୁ ସହାୟତା ଦିଆଯାଉଛି। ଏ କାମରେ ଆମେ ଏକୁଟିଆ ନୋହୁଁ…ଅନ୍ୟମାନେ ମଧ୍ୟ ଆଗେଇ ଆସନ୍ତୁ : ଦୀପିନ୍ଦର ଗୋୟଲ, ପ୍ରତିଷ୍ଠାତା ଓ ସିଇଓ, ଜୋମାଟୋ

‘ଫନି’ରେ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଧିକରୁ ଅଧିକ ଦାନ କରନ୍ତୁ : ମାର୍କେଣ୍ଡୟ କାଟ୍‌ଜୁ, ପୂର୍ବତନ ବିଚାରପତି, ସୁପ୍ରିମକୋର୍ଟ

ସମ୍ବନ୍ଧିତ ଖବର