ବିଜେପି ସମର୍ଥକଙ୍କ ଘର ଉପରକୁ ବୋମାମାଡ଼ ଉତ୍ତେଜନା, ପୁଲିସ ମୁତୟନ

ନିଆଳି: ନିଆଳି ଥାନା ପୋଖରୀଗାଁ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ବିଜେପି ସମର୍ଥକ ପ୍ରଶାନ୍ତ ମଲ୍ଲିକ୍‌ଙ୍କ ଘର ଉପରକୁ ‌ଆଜି ବୋମାମାଡ଼ ହୋଇଛି। ରାତି ପ୍ରାୟ ସାଢ଼େ ୮ଟାରେ ବାଇକ୍‌ରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ପ୍ରଶାନ୍ତଙ୍କ ଘରକୁ ଲକ୍ଷ୍ୟ କରି ବୋମା ଫିଙ୍ଗି ଥିଲେ। ମାତ୍ର ବୋମା ଘର ଆଗରେ ପଡ଼ି ବିସ୍ଫୋରଣ ହୋଇଥିଲା। ଫଳରେ ଘରର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ବିସ୍ଫୋରଣ ଶବ୍ଦ ଶୁଣି ପଡ଼ୋଶୀମାନେ ଆସିଯିବାରୁ ଦୁର୍ବୃତ୍ତମାନେ ଖସି ପଳାଇ ଯାଇଥିଲେ। ଏହି ଘଟଣା ପରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ଜଣାପଡ଼ିଛି। ଖବର ପାଇ ନିଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାର ଟୁକୁଡ଼ା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଗ୍ରାମରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ୍‌ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର