ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆୱାର୍ଡସ୍‌-୨୦୨୦

ସିଏସ୍‌ଆର୍‌

ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ୍‌ (ପ୍ଲାଟିନମ୍‌)
ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ (ପିପିଏଲ) ହେଉଛି ଏକ ସାର କଂପାନି ଯାହାର ବାର୍ଷିକ କାରବାର ପରିମାଣ ୫,୫୦୦ କୋଟି ଟଙ୍କା ରହିଛି। ଏହା ହେଉଛି ଆଡ୍‌ଭେଞ୍ଜ ଗ୍ରୁପ୍‌ ଅ୍‌ଫ କଂପାନିଜ୍‌ର ଏକ ଅଂଶ ଯାହାର ଅଧ୍ୟକ୍ଷ ହେଉଛନ୍ତି ସରୋଜ କୁମାର ପୋଦାର। କଂପାନିର ଚିଫ ଅପରେଟିଂ ଅଫିସର (ସିଓଓ) ହେଉଛନ୍ତି ରଣଜିତ ସିଂହ ଚୁଗ୍। ଫସଫେଟିକ ସାର ଉତ୍ପାଦନ ଏବଂ ବିପଣନ କ୍ଷେତ୍ରରେ ଏହି କଂପାନି ସକ୍ରିୟ ରହିଛି। ୧୯୮୧ରେ ସ୍ଥାପନ କରାଯାଇଥିବା ଏହି କଂପାନିର କାରଖାନା ପାରାଦୀପରେ ରହିଛି ଯାହାର ବାର୍ଷିକ ଡିଏପି ଓ ଅନ୍ୟାନ୍ୟ ଉତ୍ପାଦର ଉତ୍ପାଦନ କ୍ଷମତା ହେଉଛି ୧୮ ଲକ୍ଷ ଟନ୍‌। ପିପିଏଲର ଏକ ପ୍ରମୁଖ ଉତ୍ପାଦ ହେଉଛି ଡିଏପି। ଜୟ କିସାନ ନବରତ୍ନ ବ୍ରାଣ୍ଡ୍‌ ନାମରେ ମଧ୍ୟ କଂପାନି ବ୍ୟାପକ ପ୍ରକାର ସାରକୁ ବିପନ କରୁଛି ଯାହାକୁ ବିଭିନ୍ନ ପ୍ରକାର ଫସଲରେ ବ୍ୟବହାର କରାଯାଇପାରୁଛି। ବଜାର ଅଂଶ ବଢ଼ାଇବା ଲାଗି କଂପାନି ଦୃଢ଼ ବିପଣନ ରଣନୀତି ଗ୍ରହଣ କରିଥିବା ବେଳେ ସାରା ଦେଶରେ ଘରୋଇ ଓ ସଂସ୍ଥାଗତ ଚ୍ୟାନେଲ ସ୍ଥାପନ କରିଛି। ସାରା ବ୍ୟତୀତ ଏହା ଫସଫୋ-ଜିପସମ୍ ମଧ୍ୟ ଉତ୍ପାଦନ କରିୁଛି ଯାହା ଜମିର ଉର୍ବରତା ବଢ଼ାଇବା ଲାଗି ବ୍ୟବହାର କରାଯାଉଛି। ସଲଫର ଅଭାବ ଥିବା ଜମି ଲାଗି ଏହି ଉତ୍ପାଦକୁ ବ୍ୟବହାର କରିବା ଲାଗି ପରାମର୍ଶ ପ୍ରଦାନ କରାଯାଉଛି। ସିମେଣ୍ଟ ଓ ଇଟା ନିର୍ମାତାମାନେ ମଧ୍ୟ ଜିପସମ୍‌କୁ କିଣିଥାନ୍ତି।

ୟୁଏଏଲ୍‌-ଓଡ଼ିଶା (ଗୋଲ୍ଡ)
ଉତ୍କଳ ଆଜବେଷ୍ଟସ୍ ଲିମିଟେଡ ବା ୟୁଏଏଲ୍‌-ଓଡ଼ିଶା ହେଉଛି ୟୁଏଏଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ (ପୂର୍ବରୁ ଉତ୍କଳ ଆଜବେଷ୍ଟସ୍ ଲିମିଟେଡ ନାମରେ ପରିଚିତ)ର ଏକ କମ୍ପାନି। କୋଣାର୍କ ବ୍ରାଣ୍ଡ୍‌ରେ ଆଜବେଷ୍ଟସ୍ ଓ ଅନ୍ୟାନ୍ୟ ଗୃ‌ହ ନିର୍ମାଣ ସାମଗ୍ରୀ ଏହି କମ୍ପାନି ନିର୍ମାଣ କରୁଛଇଃ କମ୍ପାନିର ସିଏମଡି ଅରୁଣ କୁମାର ସରାଫଙ୍କ ନେତୃତ୍ବରେ ଏହି କମ୍ପାନି ପରିଚାଳିତ ହୋଇ ଆସୁଛି। ଶ୍ରୀ ସରାଫଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କଂପାନି ପରିଚାଳିତ ହେଉଛି। ୧୯୭୫ ମସିହାରେ ୟୁଏଏଲ୍ ଇଣ୍ଡଷ୍ଟ୍ରିଜ୍ ସ୍ଥାପିତ ହୋଇଥିଲା। ୧୯୮୦ ମସିହାରେ କଂପାନି ଢେଙ୍କାନାଳରେ ଏହାର କାରଖାନା ସ୍ଥାପନ କରିଥିଲା। ଏହି କାରଖାନାର ଉତ୍ପାଦନ କ୍ଷମତା ଇତି ମଧ୍ୟରେ ବାର୍ଷିକ ୩୦ ହଜାର ଟନ୍‌ରୁ ବୃଦ୍ଧି ପାଇଁ ଦେଢ଼ ଲକ୍ଷ ଟନ୍‌ ହୋଇପାରିଛଇଃ ୟୁଏଏଲ୍‌ ଏହାର ଦ୍ବିତୀୟ ୟୁନିଟକୁ ୨୦୦୩ ମସିହାରେ କାର୍ଯ୍ୟକ୍ଷମ କରିଛି। ଓଡ଼ିଶା ବାହାରେ ମଧ୍ୟ କମ୍ପାନି ୟୁନିଟ ସ୍ଥାପନ କରିଛି। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ କଂପାନିର କାରଖାନା ରହିଛ। ଏଥିସହିତ କମ୍ପାନି ନିକଟରେ କୋଣାର୍କ ସୂର୍ଯ୍ୟ ଜ୍ୟୋତି ନାମରେ ଅନ୍ୟ ଏକ ଫାଇବର ସିମେଣ୍ଟ ସିଟ୍‌ର ଉତ୍ପାଦନ ଆରମ୍ଭ କରିଛି। ୟୁଏଏଲ୍‌ ଗ୍ରୁପ୍ ଏସି ପ୍ରେସର ପାଇପ ଓ କପଲିଂ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଛି। ଉଚ୍ଚ କ୍ଷମତା ସମ୍ପନ୍ନ ମାଗ୍ନାନି ପ୍ରକ୍ରିୟା ଜରିଆରେ କଂପାନି ଏହି ଉତ୍ପାଦଗୁଡ଼ିକୁ ଉତ୍ପାଦନ କରୁଛି। କଂପାନି ଉତ୍ତମମାନର ଉତ୍ପାଦନ ପ୍ରକ୍ରିୟାକୁ ଆପଣାଇବା ସହିତ ନିରାପଦ ଉତ୍ପାଦନ ପାଇଁ କମ୍ପାନି ଅନେକ ପୁରସ୍କାର ହାସଲ କରିଛି। କମ୍ପାନି ଏହାର ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅଧୀନରେ ଅନେକ କାର୍ଯ୍ୟ ଲୋକଙ୍କ ଉନ୍ନତି ପାଇଁ ସମ୍ପାଦନ କରିଆସୁଛି।

ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ (ସିଲ୍‌ଭର୍‌)
ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ୧୯୯୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ଭୁବନେଶ୍ବରରେ ସ୍ଥାପିତ ଏହି କଲେଜ ଇଞ୍ଜିନିୟିରଂ ସମେତ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ଖୁବ୍ କମ ସମୟ ମଧ୍ୟରେ କରିପାରିଛି। କଲେଜର ଚେୟାରମ୍ୟାନ ଇଞ୍ଜିନିୟର ସଞ୍ଜୀବ କୁମାର ରାଉତଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ଏହି ପ୍ରତିଷ୍ଠାନ ରାଜ୍ୟ ଏବଂ ରାଜ୍ୟ ବାହାରର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରି ଆସୁଛି। କଲେଜରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଆଜି ଦେଶବିଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନର ଉଚ୍ଚ ପଦପଦବିରେ କାର୍ଯ୍ୟ କରୁଛନ୍ତି। ବିଧାନସଭାର ଗତ ଶୀତ ଅଧିବେଶନରେ ଏହି କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ ପାଇଁ ଆଗତ ବିଲ୍ ଗୃହୀତ ହୋଇଛି। ଫଳରେ ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ସ୍ଥାପନ ବାଟ ଫିଟିପାରିଛି।

ସମ୍ବନ୍ଧିତ ଖବର