ଚିତିସାପ କାମୁଡ଼ାରେ ଭାଇଭଉଣୀ ଗୁରୁତର ଅସୁସ୍ଥ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଧିନସ୍ଥ ବାଲିମ ପଞ୍ଚାୟତର ଆମିଧାନ ଗଡ଼ିଆ ଗ୍ରାମରେ ମଙ୍ଗଳବାର ରାତିରେ ଘରେ ଶୋଇଥିବା ଅବସ୍ଥାରେ ଚିତିସାପ କାମୁଡ଼ି ଦେବାରୁ ଭାଇଭଉଣୀ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି।

ଚିତି ଦଂଶନର ଶିକାର ହୋଇଥିବା ପିଲା ଦୁହେଁ ହେଲେ ବଂଶୀଧର ପ୍ରାମାଣିକଙ୍କ ୧୨ ବର୍ଷିୟ ପୁଅ ସତ୍ୟବ୍ରତ ଏବଂ ୧୦ ବର୍ଷୀୟ ପୁଷ୍ପଲତା । ରାତି ପ୍ରାୟ ୧୧ଟା ସମୟରେ ସେମାନେ ମଶାରି ଟାଣି ଖଟ ଉପରେ ଶୋଇଥିବା ଅବସ୍ଥାରେ ଗୋଟାଏ କାଳଚିତି ଦଂଶନ କରିବାରୁ ସେମାନେ ଚିତ୍କାର କରିଥିଲେ।

ପରିବାର ଲୋକେ ସେ ସାପଟିକୁ ଦେଖିଥିଲେ ଏବଂ ତୁରନ୍ତ ଭାଇଭଉଣୀ ଦୁହିଁଙ୍କୁ ଜଳେଶ୍ୱରର ଜିକେ ଭଟ୍ଟ ହସ୍‌ପିଟାଲ ନେଇଯାଇଥିଲେ। ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ସେଠାରୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏବେ ମଧ୍ୟ ପୁଷ୍ପଲତା ସଂଜ୍ଞାହୀନ ଅବସ୍ଥାରେ ଅଛନ୍ତି

ସମ୍ବନ୍ଧିତ ଖବର