କେନ୍ଦ୍ରାପଡ଼ା: ବସ୍ ଏବଂ ଟ୍ରକ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା, ୧୦ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବସ୍ ଏବଂ ଟ୍ରକ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,ଜାତୀୟ ରାଜପଥ ନଂ-୫ରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆଜି ସକାଳେ ଶ୍ରୀୟା ନାମକ ଏକ ଘରୋଇ ବସ୍ ଯାତ୍ରୀମାନଙ୍କୁ ଧରି କଟକରୁ ପାରାଦୀପ ଅଭିମୁଖେ ଯାତ୍ରା କରୁଥିଲା। ବସଟି ମାର୍ଶାଘାଇ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଯାଉଥିବା ବେଳେ ରଙ୍ଗ ରୁଟ୍ରେଏକ ଟ୍ରକ୍ ବସକୁ ଧକ୍କା ଦେଇଥିଲା। ଏହାଫଳରେ ବସରେ ଥିବା ୧୦ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି।ଆହତମାନଙ୍କୁ ସଙ୍ଗେସଙ୍ଗେ କେନ୍ଦ୍ରାପଡ଼ାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଏଥିରେ କାହାର ପ୍ରାଣହାନି ଘଟି ନ ଥିବା ଜଣାଯାଇଛି।

 

Image result for kendrapara district headquarter hospital
Image Source-Ommcom News

ତେବେ ଦୁର୍ଘଟଣା ଘଟାଇବାପରେ ଟ୍ରକ ସହ ଚାଳକ ଚମ୍ପଟ୍ ମାରିଥିଲା।ଖବର ପାଇ ଘଟଣାସ୍ଥଳରେ ମାର୍ଶାଘାଇ ଥାନା ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଟ୍ରକ୍ ଓ ତାର ଚାଳକଙ୍କୁ ଖୋଜୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର