ଯାତ୍ରୀ ନାହାନ୍ତି, ବନ୍ଦ ହୋଇପାରେ ବସ୍‌ ସେବା

ଭୁବନେଶ୍ବର : ଦୀର୍ଘ ଦିନ ପରେ ଗତ ମାସ ୨୮ ତାରିଖରୁ ରାଜ୍ୟରେ ବସ୍‌ ସେବା ଆରମ୍ଭ ହେଲା। ଏହା ମଧ୍ୟରେ ୧୫ ଦିନ ବିତିଗଲାଣି। କିନ୍ତୁ ବସ୍‌ ସେବା ସ୍ବାଭାବିକ ହୋଇପାରୁ ନାହିଁ। ଅଧିକାଂଶ ରୁଟ୍‌ରେ ଯାତ୍ରୀ ନାହାନ୍ତି। ଫଳରେ ଉଭୟ ସରକାରୀ ଓ ବେସରକାରୀ ବସ୍‌ ଭୀଷଣ କ୍ଷତିଗ୍ରସ୍ତ ହେଉଛନ୍ତି। ସ୍ଥିତି ଏମିତି ହେଲାଣି ଯେ ପ୍ରାୟ ୨୦ଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍‌ ସେବା ବନ୍ଦ କରିବାକୁ ସରକାର ଚିନ୍ତା କଲେଣି। ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ନେଇ ଇଙ୍ଗିତ ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୬୬ଟି ରୁଟ୍‌ରୁ ୨୦ଟି ରୁଟ୍‌ରେ ଲୋକ ହେଉ ନାହାନ୍ତି। ୨/୩ ଜଣ ଲୋକ ହେଉଛନ୍ତି। ଅତି ବେଶି ହେଲେ ୫ ଜଣ। ଏମିତି କ୍ଷତି‌ରେ ଅଧିକ ଦିନ ବସ୍‌ ଚଳାଇବା ସମ୍ଭବ ନୁହେଁ। ତେଣୁ ଯାତ୍ରୀ ହେଉ ନ ଥିବା ରୁଟ୍‌ରେ ବସ୍‌ ସେବା ବନ୍ଦ ହୋଇପାରେ। ବାହାର ରାଜ୍ୟକୁ ବସ୍‌ ଚଳାଚଳ ପ୍ରସଙ୍ଗରେ ଶ୍ରୀ ବେହେରା କହିଛନ୍ତି, ବାହାର ରାଜ୍ୟକୁ ବସ୍‌ ଯିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଯାତ୍ରୀ ହେଲେ ତ ବସ୍‌ ଚାଲିବ। ଏବେ ସୁଦ୍ଧା ଏ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ।

ସମ୍ବନ୍ଧିତ ଖବର