୧୧,୨୦୦ କୋଟିର ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦର ମଂଜୁରୀ, ୨୦ରେ ବିଧାନସଭାରେ ଉପସ୍ଥାପନ ହେବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ କରିଛନ୍ତି । ଗୁରୁବାର ସଂଧ୍ୟାରେ ବସିଥିବା ରାଜ୍ୟ ମନ୍ତ୍ରୀପରିଷଦର ବୈଠକରେ ଏହାକୁ ମଂଜୁର କରାଯାଇଛି । ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ ।

ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାର ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ । ଏହି ଅତିରିକ୍ତ ବଜେଟ ପରେ ବଜେଟର ଆକାର ୧ ଲକ୍ଷ ୬୦ ହଜାର କୋଟି ଟପିବାର ସମ୍ଭାବନା ରହିଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ଏହି ଅତିରିକ୍ତ ବଜେଟ ପରେ ରାଜ୍ୟ ବଜେଟର ଆକାର ୧ ଲକ୍ଷ ୪୭ ହଜାର କୋଟିକୁ ବୃଦ୍ଧି ପାଇଥିଲା ।

 

ସମ୍ବନ୍ଧିତ ଖବର