ଆଜି କ୍ୟାବିନେଟ୍‌

ଭୁବନେଶ୍ବର : ଆସନ୍ତାକାଲି ସନ୍ଧ୍ୟା ୫.୪୫ ମିନିଟ୍‌ରେ ସଚିବାଳୟରେ କ୍ୟାବିନେଟ୍‌ ଅନୁଷ୍ଠିତ ହେବ। ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲିର କ୍ୟାବିନେଟ୍‌ରେ ପ୍ରାୟ ୧୫ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟତଃ କ୍ୟାଡର ପୁନର୍ବିନ୍ୟାସ ପ୍ରସ୍ତାବ ଉପସ୍ଥାପିତ ହେବ। ଆଇଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କିଛି ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇପାରେ। ସେହିପରି ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଜଳ ସଂପଦ ଆଦି ବିଭାଗରୁ ବିଭିନ୍ନ ପ୍ରସ୍ତାବ ଉପରେ ବି ଲାଗିପାରେ ମୋହର।

ସମ୍ବନ୍ଧିତ ଖବର