ସୂଚନା କମିସନରଙ୍କ ନାମରେ ମାମଲା , ତଦନ୍ତ ଆରମ୍ଭ

ଭୁବନେଶ୍ବର : ସୂଚନା କମିସନର ବିକ୍ରମ ସେନାପତିଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଏହି ମାମଲାର ତଦନ୍ତ କରୁଛି। ଯାହା ସୂଚନା ମିଳିଛି, କମିସନଙ୍କ ନିକଟରେ ଏକ ମାମଲାର ଶୁଣାଣି ଚାଲୁଥିବାବେଳେ କମିସନର ଶ୍ରୀ ସେନାପତି ଆବେଦନକାରୀ ଅମୂଲ୍ୟ ମାଝୀଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଓ ଅଭଦ୍ରୋଚିତ ବ୍ୟବହାର ସହ ଜାତିଗତ ଆକ୍ଷେପ କରି କୋର୍ଟ ରୁମରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଣେ କମିସନରଙ୍କଠାରୁ ସେ ଏଭଳି ବ୍ୟବହାର ଆଶା କରି ନ ଥିଲେ ଅମୂଲ୍ୟ। ସେ ଅପମାନିତ ହୋଇ ମୁଖ୍ୟ ସୂଚନା କମିସନରଙ୍କୁ ଲିଖିତ ଭାବେ ଜଣାଇବା ସହ ଶ୍ରୀ ସେନାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।

ଏହା ସହିତ ଅମୂଲ୍ୟ ରାଜ୍ୟପାଳଙ୍କୁ ସୂଚନା ଅଧିକାର ଆଇନର ଧାରା ୧୭ ଅନୁଯାୟୀ ଶ୍ରୀ ସେନାପତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ଖାରବେଳ ଥାନାର ବିଧିବିଦ୍ଧ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ କେସ ନମ୍ବର ୪୮/୨୩ ଧାରା ୩୧(୩) ଟିଏ/ ଏସସି/ ଏଏସିଟିରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଇନ୍ସପେକ୍ଟର ରଜନୀକାନ୍ତ ମିଶ୍ର କହିଛନ୍ତି। ଖୁବ ଶୀଘ୍ର ତାଙ୍କୁ ଥାନାକୁ ଡକାଯାଇ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର