କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ‘ମୁଁ ହିରୋ…ମୁଁ ଓଡ଼ିଶା’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ‘ମୁଁ ହିରୋ…ମୁଁ ଓଡ଼ିଶା’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମକୁ ଉଦ୍‌ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମାଟିର ମହାନତା ଅଛି। ଏ ମାଟିର ସନ୍ତାନ ଓଡ଼ିଶାର ଗୌରବ ପାଇଁ କାମ କରିଛନ୍ତି। ଓଡ଼ିଶା ହେଉଛି ବୀର ମାଟି। ଓଡ଼ିଶାର ପ୍ରତ୍ୟେକ ଘରେ ଗୋପବନ୍ଧୁ ଓ ମଧୁବାବୁ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି।

କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ‘ବିଜୁ ଯୁବ ବାହିନୀ’ର ସ୍ୱତନ୍ତ୍ର ଟିମ୍‌ ୨ ମାସ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଭ୍ରମଣ କରିବ। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ନାରୀ ସଶକ୍ତିକରଣ, ପ୍ରାକୃତିକ ବିପର୍ଯ୍ୟସ୍ତ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହେବ। ଫଳରେ ବହୁ ପ୍ରତିଭା ଲୋକଲୋଚନକୁ ଆସିପାରିବେ।

‘ମୁଁ ହିରୋ…ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ବାହିନୀର ୱେବ୍‌ସାଇଟ୍‌ ଲୋକାର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର