ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ବାହାନାରେ ଅପରାଧୀଙ୍କୁ ଘଣ୍ଟ ଘୋଡାଇବାକୁ କଳାହାଣ୍ଡି ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଭକ୍ତ ଦାସ

କଂଗ୍ରେସ ପ୍ରଦୀପକୁ  ନେତା କରିଥିଲା, ଏବେ ଗୋତି ଶ୍ରମିକ ଭଳି କାମ କରିବେ 

ନବରଙ୍ଗପୁର: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହରଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଗଲା। ଝିଅର ବାପା ଓ ଗ୍ରାମବାସୀ ଏହି ହତ୍ୟା କାଣ୍ଡରେ ଗୃହ ମନ୍ତ୍ରୀ ସମ୍ପୃକ୍ତ ରହିଛନ୍ତି ବୋଲି କହିସାରିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଓ ଗିରଫ କରିବା ପରିବର୍ତ୍ତେ ତାଙ୍କୁ ସମର୍ଥନ ଦେବା ପାଇଁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବା ବାହାନାରେ ମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ପାଇଁ କଳାହାଣ୍ଡି ଆସୁଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରେ ଆୟୋଜିତ ଏକ କଂଗ୍ରେସର ସମାବେଶରେ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ।

ନବୀନ ବାବୁଙ୍କ ପରେ ବିଜେଡି ରହିବ ନାହିଁ। ସେହି ବିଜେଡି ଦଳକୁ ଯାଇଛନ୍ତି ପ୍ରଦୀପ ମାଝୀ। ପ୍ରଦୀପଙ୍କୁ କଂଗ୍ରେସ ଦଳ ନେତା ବନାଇଥିଲା। ସେ ନେତା ଥିଲେ ଏବଂ ମାଲିକ ହୋଇ ରହିଥିଲେ। ସେଠି ନେତା ହୋଇପାରିବେ ନାହିଁ। ବିଜେଡିକୁ ଗୋତି ଶ୍ରମିକ ବନିବା ପାଇଁ ଯାଇଛନ୍ତି। ବଡ ବଡ ଅଧିକାରୀଙ୍କ ପାଖରେ ସେ କର୍ମଚାରୀ ହୋଇ କାମ କରିବେ। କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସେ ଆନ୍ଦୋଳନ କରିଥିଲେ। ତାଙ୍କୁ ସାରା କଂଗ୍ରେସ ସହଯୋଗ କରିଥିଲା। ତଥାପି କୁନ୍ଦୁଲି ପୀଡିତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରିଲା ନାହିଁ। ଏପରି ବହୁ ନାରୀ ନିର୍ଯାତନାରେ ଶିକାର ହୋଇଛନ୍ତି। କାହାରିକୁ ନ୍ୟାୟ ମିଳିଲା ନାହିଁ। ତଥାପି ସେ କିପରି ବିଜେଡିକୁ ଯାଇଛନ୍ତି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ଶ୍ରୀ ଦାସ।

ମମିତାଙ୍କୁ ନ୍ୟାୟ ଦେବା ପାଇଁ ସେ ଲଢ଼ୁଛନ୍ତି। ପ୍ରଦୀପଙ୍କ ପାଇଁ ବହୁ ଆନ୍ଦୋଳନ ସେ ଲଢ଼ିଛନ୍ତି। କଳାହାଣ୍ଡି ଝିଅଙ୍କୁ ଯେତେବେଳେ ନ୍ୟାୟ ପାଇଁ ସେ ଲଢ଼ୁଛନ୍ତି ଏପରି ସମୟରେ ପ୍ରଦୀପ ବିଜେଡି ବିରୋଧ ରେ ଲଢ଼ିବା ତାଙ୍କ କର୍ତ୍ତବ୍ୟ ରହିଥିଲା। ଆମର ଝିଅ ପ୍ରତି ଏତେ ଅନ୍ୟାୟ ଅତ୍ୟାଚାର ବେଳେ ସେ ତାଙ୍କୁ ସାହାର୍ଯ୍ୟ କରିବା ପରିବେର୍ତ୍ତ ସେ ବିଜେଡିକୁ ଯିବା ତାଙ୍କୁ ବହୁ ଦୁଃଖ କରିଥିବା କଥା କହିଛନ୍ତି। ସାରା ରାଜ୍ୟରେ ଯେତେ ବିକାଶ ମୁଳକ କାର୍ଯ୍ୟ ହୋଇଛି ସେଥିରେ ୪୦ ପ୍ରତିଶତ ବିଜେଡି ନେତା ମାନେ  ଆତ୍ମସାତ କରିଛନ୍ତି।  ବୋଲି କହିଛନ୍ତି ଭକ୍ତ  ଦାସ। ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ଫୁଫୁଗାଁ ଠାରେ ଆୟୋଜିତ ଏହି ସମାବେଶ ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରଦୀପଙ୍କ ଚରିତ୍ର କୁ ନେଇ ପରୋକ୍ଷ ରେ  ଆକ୍ଷେପ କରି ଉଦବୋଧନ ଦେଇଥିଲେ । ବିଜେଡିରେ ଯେଉଁ ନେତା ମାନେ ଯାଉଛନ୍ତି କେବଳ ଠିକିବା ଉଦ୍ଦେଶ୍ୟ ରେ ଯାଉଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର