ନବଙ୍କ ରାସ୍ତାରେ ଅନେକ ନେତା

କଂଗ୍ରେସ-ବିେଜପି ପାଇଁ ଚିନ୍ତା ବଢ଼ିଲା, ନିଜ ଦଳର ନେତା ଅବିଶ୍ବାସ କଲେଣି

ଭୁବନେଶ୍ବର : ୨୦୧୪ ନିର୍ବାଚନ ପୂର୍ବରୁ ଖୋଦ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ବିଜେଡିରେ ଯୋଗଦେଇଥିଲେ। ତାଙ୍କ ସହିତ କଂଗ୍ରେସ ବିଧାୟକ ଦଳ ସଚିବ ଅନୁପ ସାଏ ବି।

ଏଥର ବି ଠିକ୍ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୯ରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ନବ କିଶୋର ଦାସ ବିଜେଡିରେ ଯୋଗଦେେବ। କେବଳ ଏହି ଜଣେ ବିଧାୟକ ଯେ ବିଜେଡି ମୁହାଁ, ତାହା ନୁହେଁ। ଆଉ ଚାରି ଜଣ କଂଗ୍ରେସ ବିଧାୟକ ବି ବିେଜଡିକୁ ଆେଖଇଛନ୍ତି। ବିେଜପି ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ। ଦଳର ତିନି ଜଣ ବିଧାୟକଙ୍କ ସହିତ ବିେଜଡି ସଂପର୍କ ବଢିଥିବା ନେଇ ଚର୍ଚ୍ଚା ଦାଣ୍ଡରେ ପଡି ହାଟରେ ଗଡୁଛି।

ଆସନ୍ତା ୨୫ ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି। ମାସକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଥର ଓଡ଼ିଶା ଆସିଛନ୍ତି। ଆସନ୍ତାକାଲି େମାଦୀ ପୁଣି ବଲାଙ୍ଗୀର ଆସିବେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ଆଗକୁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦଳ କ୍ଷମତା ହାତେଇବା ଲାଗି ଜୋରଦାର କସରତ ଚଳାଇଥିବା ବେଳେ, ସେମାନଙ୍କ ଦଳର ବିଧାୟକମାନେ ଶାସକ ଦଳ ମୁହାଁ ହେବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି।

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କର କହିବା କଥା ହେଉଛି, ବିେରାଧୀ ଦଳର ନେତାମାନଙ୍କର ଏଭଳି ନିଷ୍ପତ୍ତି ପରୋକ୍ଷରେ ସୂଚାଇ ଦେଉଛି େଯ ଆଜି ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷରେ। ଆସନ୍ତା ନିର୍ବାଚନ ପାଇଁ ତାଙ୍କୁ ଭରସା କରିହେବ। କେବଳ ସେତିକି ନୁହେଁ, ଗତ ଦିନରେ ସେମାନେ ସରକାର ବିରୋଧରେ େଯତେ ଅଭିେଯାଗ ଆଣିଥିଲେ ତାହାକୁ େଲାକେ ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି େବାଲି ମଧ୍ୟ ଏହି ନେତାମାନଙ୍କ ନିଷ୍ପତ୍ତି ପରୋକ୍ଷରେ ସଙ୍କେତ େଦଉଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ସଂଗଠନର ନବକଳେବର ବେଳେ ନବଙ୍କୁ ହାଇକମାଣ୍ଡ ପଶ୍ଚିମ ଓଡ଼ିଶା ସଂଗଠନ ଦାୟିତ୍ବ ଦେଇଥିଲେ। ତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ନବଙ୍କ ନିଷ୍ପତ୍ତି, କେବଳ ଝାରସୁଗୁଡା ନୁହେଁ, ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାରେ କଂଗ୍ରେସ ପାଇଁ ଚିନ୍ତାର କାରଣ େହାଇଛି। ଯଦିଓ ଏହାର କୌଣସି ଠୋସ୍ ପ୍ରଭାବ ପଡିବ ନାହିଁ ବୋଲି କଂଗ୍ରେସ ନେତୃତ୍ବ ଦାବି କରୁଛନ୍ତି, ବାସ୍ତବରେ କିନ୍ତୁ ଏହାର ପ୍ରଭାବ ରହିବ ହିଁ ରହିବ।

ତେବେ ଏହାକୁ ନେଇ ସ୍ଥାନୀୟ ବିଜେଡି ନେତାମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ି ଚାଲିଥିବା ବେଳେ ଖବର ମିଳିଛି ଯେ ବିଜେଡି ନେତା କିଶୋର ପଟେଲଙ୍କୁ ରାଜ୍ୟସଭା ପଠାଯାଇପା‌େର।

ବଡ କଥା ହେଉଛି, ନବଙ୍କ ରାସ୍ତାରେ କଂଗ୍ରେସର ଆଉ ଦୁଇ ଜଣ ବିଧାୟକ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେଡିକୁ ପ୍ରଶଂସା କରି ଏହାର ଇସାରା ଦେଇଛନ୍ତି। ସୁନ୍ଦରଗଡ଼ ବିଧାୟକ େଯାଗେଶ ସିଂ ନବଙ୍କ ଢାଞ୍ଚାରେ ଲୋକଙ୍କ ଉପରେ ନିଷ୍ପତ୍ତି ଛାଡି ଦେଇଛନ୍ତି ।୨୦୧୯ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ଏକ ବଡ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦଳ ବରିଷ୍ଠ ନେତାଙ୍କ ଏହି ଗୋଠ ଛଡ଼ା ଆଭିମୁଖ୍ୟ ଧାରା ଜାରି ରହିଲେ, ଆଗକୁ ପଶ୍ଚିମରେ କଂଗ୍ରେସ ଅସ୍ତ ଯିବା ସମ୍ଭାବନାକୁ ଏଡାଇ ଦେଇ େହବ ନାହିଁ।

କୌତୂହଳର କଥା େହଉଛି, ଗତ ସାେଢ ଚାରିବର୍ଷ ଧରି େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପଦ୍ମ ସପକ୍ଷରେ ମତ ତିଆରି ପାଇଁ ପରିଶ୍ରମ କରୁଛନ୍ତି। ହେଲେ, େଗାଟିଏ ମାସ ମଧ୍ୟରେ ତିନି ତିନି ଥର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସଭା କାର୍ଯ୍ୟକ୍ରମ ସଙ୍କେତ େଦଉଛି େଯ ଶ୍ରୀ ପ୍ରଧାନ େଲାକଙ୍କ ଭିତରେ ପ୍ରଭାବ ରଖିପାରୁନାହାନ୍ତି। ଏପରିକି େଯଉଁ େମାଦୀଙ୍କ ଚମକକୁ ନେଇ ଭାରତ ବର୍ଷରେ ଦଳ ନିର୍ବାଚନ େଗାଟି େଖଳୁଛି, େସହି ଦୁର୍ମୂଲ୍ୟ କାର୍ଡକୁ ଧର୍ମେନ୍ଦ୍ର ଓଡ଼ିଶାରେ ବାରମ୍ବାର ବାଜିରେ ଲଗାଇ ଚାଲିଛନ୍ତି। ଏକାଧିକ ନେତା ଦଳ ଛାଡିବା ଲାଗିବା ସଜବାଜ ହେବା ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନିେରଖି ଦେଖିଲେ କେଉଁଠି ନା େକଉଁଠି ସୂଚନା ମିଳୁଛି େଯ େମାଦୀଙ୍କ କରିସ୍ମା ଓଡ଼ିଶାର ନେତାଙ୍କୁ ନିର୍ବାଚନ ଜିତିବା ପାଇଁ ସାହସ ଦେଇପାରୁନାହିଁ। ଅବଶ୍ୟ ୨୦୧୪ ନିର୍ବାଚନରେ ଯେତେବେଳେ ଭାରତ ବର୍ଷରେ େମାଦୀଙ୍କ ଚମକୁଥିଲେ, ଓଡ଼ିଶାରେ ବିେଜପିକୁ ମାତ୍ର େଗାଟିଏ ଆସନ ମିଳିଥିଲା। ୧୦ ପ୍ରତିଶତ ବିଧାନସଭା ଆସନ ଅଧିକାର କରିବା ପାଇଁ ବିଜେପି ପାଇଁ କଷ୍ଟସାଧ୍ୟ େହାଇପଡିଥିଲା।

ବିଜୁ ଜନତା ଦଳର େନତାମାନଙ୍କର କହିବା କଥା େହଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନ ସମୟରେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ, େସସବୁ ପାଳନ କରିଛନ୍ତି। ଚାଷୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦାବି ସରକାର ଶୁଣିଛନ୍ତି। େଲାକେ ଜାଣିଗଲେଣି େଯ ବିେରାଧୀ କେବଳ ସରକାରଙ୍କୁ ତୁଚ୍ଛା ଗାଳିଦେବାରେ ନିଜକୁ ସୀମିତ ରଖିଛନ୍ତି। ଏଣୁ ଜନମତକୁ ଲକ୍ଷ୍ୟ କରି ବିେରାଧୀ ନେତାମାନେ ତାଙ୍କ ନିଷ୍ପତ୍ତି ବଦଳାଉଛନ୍ତି ଓ ବିେଜଡି ଆଡକୁ ଆଉଜୁଛନ୍ତି। ଏହା ଏକ ସ୍ବାଭାବିକ ପ୍ରକ୍ରିୟା।

ସମ୍ବନ୍ଧିତ ଖବର