ତୃଣମୂଳ ସ୍ତରରେ କଂଗ୍ରେସ ସେବାଦଳକୁ ସୁଦୃଢ଼ କରାଯିବ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ କର୍ମକର୍ତା ଓ ଜିଲ୍ଲା ମୁଖ୍ୟ ସଂଗଠକ ଓ ସଂଗଠିକାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖିଳ ଭାରତ କଂଗ୍ରେସ ସେବାଦଳ ସଂପାଦକ ତଥା ଓଡିଶା ପ୍ରଭାରୀ ଚନ୍ଦ୍ରପ୍ରକାଶ ବାଜପେୟୀ ସେବାଦଳ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ରାଜ୍ୟ ନେତୃତ୍ୱଙ୍କ ସେ ସହଯୋଗ କାମନା କରିଥିଲେ।

ରାଜ୍ୟ ସେବାଦଳ ମୁଖ୍ୟ ସଂଗଠକ ବିରେନ୍‌ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ସେବାଦଳ ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ। ଜିଲ୍ଲା ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯାଇ ପ୍ରତ୍ୟେକ ବୁଥ୍‌ ପାଇଁ ଦୁଇଜଣ ଲେଖାଏଁ ସେବାଦଳ କର୍ମୀଙ୍କୁ ଚୟନ କରାଯିବ ବୋଲି ସେ କହିଥିଲେ। ବୈଠକରେ ବହୁ କର୍ମକର୍ତା ଓ ଜିଲ୍ଲା ସଂଗଠକ ଓ ସଂଗଠିକା ଯୋଗ ଦେଇଥିଲେ। ମହିଳା ସଂଗଠିକା ଉଷାରାଣୀ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର