ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ: କଂଗ୍ରେସ

ଭୁବନେଶ୍ବର : ନବୀନ ସରକାର ଦୀର୍ଘ ୧୮ ବର୍ଷର ନିରବଚ୍ଛିନ୍ନ ଶାସନରେ ରହିଲା ପରେ ମଧ୍ୟ ରାଜ୍ୟର ପ୍ରାଥମିକ, ମାଧ୍ୟମିକ ଏବ˚ ହାଇସ୍କୁଲ ଶିକ୍ଷା ବ୍ୟବସ୍ଥା ସ˚ପୂର୍ଣ୍ଣ ବିପର୍ଯ୍ୟସ୍ତ। ରାଜ୍ୟର ମାନବ ସମ୍ବଳର ବିକାଶ ପରିବର୍ତେ ଏ ବିନାଶ କରିବାରେ ସରକାର ସ˚ପୂର୍ଣ୍ଣ ଭାବେ ଦାୟୀ ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି। ସରକାରଙ୍କର ସୁଚିନ୍ତିତ ଷଡ଼ଯନ୍ତ୍ର୍‌ ଯୋଗୁଁ ଶିକ୍ଷା ବ୍ୟବସ୍ଥା‌େର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ବିବୃତିରେ ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିରେ ବିଧାନସଭା‌େର ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଉତ୍ତର ଉଲ୍ଲେଖ କରି ଶିକ୍ଷା ବ୍ୟବସ୍ଥା ଓ ଖାଲି ପଡ଼ିଥିବା ଶିକ୍ଷକ ପଦବି ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏଭଳି ପରିସ୍ଥିତିରେ ଏ ରାଜ୍ୟର ମାନବ ସମ୍ବଳ କିଭଳି ବିକାଶ ଘଟିବ ଏହା ଏକ ବଡ ପ୍ରଶ୍ନବାଚୀ। ଶିକ୍ଷା ବ୍ୟବସ୍ଥାର ଏହି ସ୍ଥାଣୁତାକୁ କ˚ଗ୍ରେସ ଦଳ ଘୋର ନିନ୍ଦା କରିବା ସହିତ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାକୁ କିଭଳି ମୁଖ୍ୟସ୍ରୋତକୁ ଅଣାଯାଇ ପାରିବ, କଂଗ୍ରେସ ଦଳ ତା’ର ଏକ ପୂର୍ଣ୍ଣାଙ୍ଗ ଖସଡା ପ୍ରସ୍ତୁତ କରିବ ବୋଲି କ˚ଗ୍ରେସ ଗଣମାଧ୍ୟମ ବିଭାଗ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର