କୃଷି ଆଇନ ପ୍ରତ୍ୟାହାର ନହେଲେ ପରିଣତି ଭଲ ହେବନି: କଂଗ୍ରେସ

କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ପ୍ରଭାରୀ ଅୟସକାନ୍ତ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ଅନାମ କୁମାର ନାୟକ, ପ୍ରାକ୍ତନ ବିଧାୟକ ଅଭିମନ୍ୟୁ ବେହେରା, ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ଏଆଇସିସି ସଦସ୍ୟ ଘନ କୁମାର ଶବର, ପ୍ରାକ୍ତନ କାର୍ଯ୍ୟକାରିଣୀ ସଭାପତି ହୀରାସିଂ ମଣ୍ଡଳ, ଦାରିଙ୍ଗବାଡ଼ି ବ୍ଲକ୍‌ ଅଧ୍ୟକ୍ଷ ରୁଦା ମଲ୍ଲିକ, ନଗର ସଭାପତି ଶିବଶଙ୍କର ବେହେରା, ସନ୍ତୋଷ ପଟ୍ଟନାୟକ, ହେମନ୍ତ କର, ସାଇବାଣୀ କହଁର, ବଳଦେବ ବେହେରା, ଛାତ୍ରନେତା ଆଶିଷ କୁମାର ବେହେରା ଓ ଗୌର ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଓ ଚାଷୀ ମାରଣ ନୀତିର କଠୋର ସମାଲୋଚନା କରିଥିଲେ। ସରକାର ତୁରନ୍ତ କୃଷି ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ଜୋରଦାର୍ କରାଯିବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଥିଲେ।

ଏହି ଅବସରରେ କନ୍ଧମାଳ ଜିଲ୍ଲାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ମାର୍ଟିନୋ ବଳିୟାରସିଂହ, ସୁନୀଲ କୁମାର ଭୋଇଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ(କାର୍ଯ୍ୟାଳୟ) ଭାବେ ବିଜୟ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ପଟ୍ଟନାୟକ, ରାମକୃଷ୍ଣ ପାଢ଼ୀ, ସମ୍ପାଦକ ଭାବେ ଧର୍ମେନ୍ଦ୍ର ପ୍ରଧାନ, ମନୋଜ ଦିଗାଲ, ଜୁନେଶ ପ୍ରଧାନ, ଜେନାମଣି ମଲ୍ଲିକ ଓ କୋଷାଧ୍ୟକ୍ଷ ଭାବେ ପ୍ରେମଚାନ୍ଦ ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ କରମ ସିଂ ନାୟକ, ଜାନକୀ ପ୍ରଧାନ, ଅଞ୍ଜୁମ୍‌ ଅହମ୍ମଦ, ପ୍ରତାପ କୁମାର ପଣ୍ଡା, କୃପାସିନ୍ଧୁ ବିଶୋୟୀ, ବଳରାମ ଦୋରା, ରବି ଚନ୍ଦ୍ର ପାତ୍ର, ବିଦ୍ୟାଧର ମଲ୍ଲିକ, ପରମାନନ୍ଦ ପଣ୍ଡା, ମିନତୀ ସୁନା, କଳାମଣୀ ପାତ୍ର ଏବଂ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରାଧାକାନ୍ତ ଦିଗାଲ, ନକୁଳ ନାୟକ, ନାଗାର୍ଜୁନ ପ୍ରଧାନ, ଅଭିମନ୍ୟୁ ବେହେରା, ଅଜୟନ୍ତୀ ପ୍ରଧାନ, ନୃସିଂହ ଚନ୍ଦ୍ର ଶତପଥୀ, ମନୋଜ କୁମାର ଆଚାର୍ଯ୍ୟ, ସିମୋନ ମଲ୍ଲିକ, ଶ୍ୟାମଘନ ପ୍ରଧାନ, ରୁଦା ମଲ୍ଲିକ, ପ୍ରମୋଦ ମଲ୍ଲିକ, ସନ୍ତୋଷ କୁମାର ପଟ୍ଟନାୟକ, ହୀରାସିଂହ ମଣ୍ଡଳ, ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ପ୍ରକାଶ ଚନ୍ଦ୍ର ମୁଖୀ ମନୋନୀତ ହୋଇଛନ୍ତି।

ସେହିଭଳି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତିଙ୍କ ନାମ ଘୋଷଣା କରାଯାଇଛି। କୋଟଗଡ଼ ବ୍ଲକ୍ କଂଗ୍ରେସ ସଭାପତି ଭାବେ ସରୋଜ ବେହେରା ମାଝୀ, ତୁମୁଡ଼ିବନ୍ଧ ବ୍ଲକ୍‌ ସଭାପତି ପ୍ରମୋଦ କୁମାର ମାନସେଠ, ବାଲିଗୁଡ଼ା ବ୍ଲକ୍ ସଭାପତି ଆଇବାର ନାୟକ, କେ.ନୂଆଗାଁ ବ୍ଲକ୍ ସଭାପତି ଜିତେନ୍ଦ୍ର ଦିଗାଲ, ଫିରିଙ୍ଗିଆ ବ୍ଲକ୍ ସଭାପତି ତାଳେଶ୍ବର କହଁର, ଫୁଲବାଣୀ ବ୍ଲକ୍ ସଭାପତି କୁନି ମଲ୍ଲିକ, ଖଜୁରୀପଡ଼ା ବ୍ଲକ୍ ସଭାପତି ଦମୟନ୍ତୀ ଜାନୀ, ଚକାପାଦ ବ୍ଲକ୍ ସଭାପତି ହରିଶଚନ୍ଦ୍ର କହଁର, ଦାରିଂବାଡ଼ି ବ୍ଲକ୍ ସଭାପତି ପ୍ରଦୀପ ନାୟକ, ରାଇକିଆ ବ୍ଲକ୍ ସଭାପତି ପୀତବାସ ପ୍ରଧାନ, ଟିକାବାଲି ବ୍ଲକ୍ ସଭାପତି ଗୋକୁଳ ପ୍ରଧାନ, ଫୁଲବାଣୀ ପୌରପାଳିକା ସଭାପତି ଶିବଶଙ୍କର ବେହେରା, ବାଲିଗୁଡ଼ା ଏନ୍‌ଏସି ସଭାପତି ସ୍ବପ୍ନେଶ୍ବର ସାହୁ, ଘୁୁ.ଉଦୟଗିରି ଏନ୍‌ଏସି ସଭାପତି ଏନ୍‌. ରାଜାରାଓଙ୍କ ନାମ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର