ଲୋୟର ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ: ସ୍ଥାୟୀ ନିଯୁକ୍ତି ଦାବି

ଭୁବନେଶ୍ୱର: ରାଜଧାନୀର ଲୋୟର ପିଏମ୍ଜିରେ ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତୁହାକୁ ତୁହା ବର୍ଷା ସତ୍ତ୍ବେ , ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ।
ମାସକ ଭିତରେ ଦାବି ପୂରଣ ନହେଲେଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାର ଉଚ୍ଛେଦ କରାଯାଉ। ଏହାର ତୁରନ୍ତ ପ୍ରତ୍ୟାହାର ଦାବିରେ ୩୦ ହଜାରରୁ ଅଧିକ କର୍ମଚାରୀ ଗଣ ବିକ୍ଷୋଭ କରିଛନ୍ତି।
ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୂରବସ୍ଥା ସମୟରେ ସରକାର ଏହି ବ୍ୟବସ୍ଥା ପ୍ରଚଳନ କରିଥିଲେ। ତେବେ ରାଜ୍ୟର ଆର୍ଥିକ ପ୍ରଗତି ହେଲେ ଏମାନଙ୍କ ସମସ୍ତ ସୁବିଧା କରାଯିବା ସହ ସ୍ଥାୟୀ ପ୍ରତିକାର ହେବ। ହେଲେ ତାହା ହୋଇପାରିଲାନି। ୨୦୧୮ରେ ତିନିଦିନ ଯାଏ ବିଶାଳ ଗଣଆନ୍ଦୋଳନ କରାଯାଇଥିଲା । ଏନେଇ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ ବିସ୍ତୃତ ଭାବେ ଆଲୋଚନା କରିବା ସହ ମାସକ ମଧ୍ୟରେ ସମାଧାନ କରିବାର ଲିଖିତ ପ୍ରତିଶୁତି ଦେଇଥିଲେ, ଯାହା କେବଳ ପ୍ରତିଶୁତିରେ ରହିଯାଇଛି। ଏହାର ପ୍ରତିବାଦରେ ଆଜି ପୁଣି ଥରେ ଚୁକ୍ତିଭିତ୍ତିକ କର୍ମଚାରୀ ଆନ୍ଦୋଳନକ ଓହ୍ଲାଇଛନ୍ତି। ଖୁବଶୀଘ୍ର ଏହି ଦାବି ସବୁ ପୂରଣ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନର ଚେତବାନୀ ଦେଇଛନ୍ତି କର୍ମଚାରୀ।

ସମ୍ବନ୍ଧିତ ଖବର