ଆଇନ୍‌ଜୀବୀ-ପୁଲିସ ବିବାଦ ପ୍ରସଙ୍ଗ: ବାହାରିଲାନି ନିଷ୍କର୍ସ

ଭୁବନେଶ୍ୱର: ହାଇକୋର୍ଟ ବାର ଆସୋସିଏସନ୍‌ର ଆଇନଜୀବୀ ଏବଂ ପୁଲିସ ମଧ୍ୟରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ରବିବାର ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ବୈଠକ ହୋଇଛି। ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବା ଓକିଲ ସଂଘ ସୂଚନା ଦେଇଛି। ଆଇନ୍‌ଜୀବୀ ଓ ପୁଲିସ ବୈଠକ ଶେଷ ହେବା ପରେ ଏହା ଜଣାପଡ଼ିଛି। ବାର୍‌ କାଉନସିଲର ସୋମବାର ବୈଠକରେ ଆନ୍ଦୋଳନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ହାବିଲଦାର୍‌ ମହାସଂଘ କହିଛି ମାମଲା ଖୁବ୍‌ ଶୀଘ୍ର ସମାଧାନ ହେବ।

ବୈଠକରେ ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିସନର, ଡିସିପି, ହାବିଲଦାର ସଂଘ, ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ। ଆଇନ୍‌ଜୀବୀ-ପୁଲିସ ବିବାଦ ନେଇଙ୍କ ଡିଜପି ଶର୍ମା କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ସୁସ୍ଥ ଆଲୋଚନା ହୋଇଛି। କାର୍ଯ୍ୟରେ ଯୋଗଦେବାକୁ ମୁଁ ଆଇନଜୀବୀଙ୍କୁ ନିବେଦନ କରୁଛି। ସେମାନେ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରେ ଯୋଗ ଦିଅନ୍ତୁ। ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ମୁଁ ଆଶା କରୁଛି।

ସମ୍ବନ୍ଧିତ ଖବର