କରୋନାରେ ଛତ୍ରପୁର ସବ୍‌ଜେଲ୍‌: ଆସିଷ୍ଟାଣ୍ଟ୍ ଜେଲର୍ ମୃତ, ୨ ମହିଳା,୨ ପୁରୁଷ ଅନ୍ତେବାସୀ ସଂକ୍ରମିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ସବ୍‌ଜେଲ୍‌କୁ ଛୁଇଁଛି କରୋନା। କାର୍ଯ୍ୟରତ ଆସିଷ୍ଟାଣ୍ଟ୍ ଜେଲର୍ ଲମ୍ବୋଦର ଭୋଇ କରୋନା‌ ସଂକ୍ରମିତ ‌ହୋଇ ପ୍ରାଣ ହରାଇଛନ୍ତି।

ଲମ୍ବୋଦର ଆଜି ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ୨ ଜଣ ପୁରୁଷ ଓ ୨ ଜଣ ମହିଳା ଆନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨ ଜଣ ମହିଳା ଆକ୍ରାନ୍ତଙ୍କୁ ‌ଜେଲ୍ ପରିସରରେ ଥିବା ସଙ୍ଗରୋଧରେ କେନ୍ଦ୍ରରେ ରଖା ଯାଇଥିବାବେଳେ ପୁରୁଷ ଅନ୍ତେବାସୀ ବର୍ତ୍ତମାନ ବ୍ରହ୍ମପୁର ସିଟି ହସ୍ପିଟାଲ୍‌ ଡିସିଏଚ୍‌ସିରେ ଚିକିତ୍ସିତ ହେଉଥିବା ନେଇ ଜେଲ୍‌ ଅଧୀକ୍ଷକ ଶୁଭସ୍ମିତା ବିଶ୍ବାଳ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ୧୨ଜଣ ଅନ୍ତେବାସୀଙ୍କ ଠାରେ ଲକ୍ଷଣ ଥିବାରୁ ଆର୍‌ଟିପିସିଆର୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଏଠାରେ ୭ ଜଣ ମହିଳା ଓ ୧୨୦ଜଣ ପୁରୁଷ ଅନ୍ତେବାସୀ ଅଛନ୍ତି।

ସମ୍ବନ୍ଧିତ ଖବର