ଗୁଳିମାଡ଼ରେ ଦମ୍ପତି ମୃତ

ବଡ଼ବିଲ : ବଲାଣି ଥାନା ଅଞ୍ଚଳରେ ସାମାନ୍ୟ ବଚସାରୁ ଗୁଳିମାଡ଼ରେ ତେଜରାତି ଦୋକାନୀ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ବଲାଣି ଥାନା ଲସର୍ଦା ଗାଁର ଲକ୍ଷ୍ମୀଧର ଆପଟ ଓ ପତ୍ନୀ ମଞ୍ଜୁଲତା ଆପଟ।

ଦୋକାନରେ ପାଟିତୁଣ୍ଡ ଓ ଗୁଳି ଶବ୍ଦ ଶୁଣି ପତ୍ନୀ ମଞ୍ଜୁଲତା ସେଠାକୁ ଆସିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଗୁଳିମାଡରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ୪ରୁ ୫ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର