ଗଞ୍ଜାମରେ କରୋନା ମୃତ୍ୟୁ ହାର ଅଧିକ

ଦିନକରେ ରାଜ୍ୟରେ ୧୪୭୦ ପଜିଟିଭ୍, ୧୨ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ପାଉଛି। ଏପରିକି ରାଜ୍ୟର ଦୁଇ ସର୍ବାଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ ଓ ଖୋର୍ଧାରେ ମଧ୍ୟ ସଂକ୍ରମଣ କମିଛି। ତେବେ ଦୁଇ ଜିଲ୍ଲାକୁ ତୁଳନା କଲେ ଗଞ୍ଜାମରେ ମୃତ୍ୟୁ ହାର ବା ସିଏଫ୍‌ଆର୍ ଯଥେଷ୍ଟ ଅଧିକ ଥିବା ଜଣାପଡ଼ିଛି। ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୨୧ହଜାରରୁ ଅଧିକ ଥିବା ବେଳେ ଖୋର୍ଧାରେ ଏହା ୪୮ହଜାରରୁ ଅଧିକ ରହିଛି। କରୋନା ମୃତ୍ୟୁ ସଂଖ୍ୟା ପ୍ରାୟତଃ ସମାନ। ଗଞ୍ଜାମରେ ୨୩୦ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଧାରେ ଏ ଯାଏ ୨୨୯ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର ବା ସିଏଫ୍‌ଆର୍‌ ୦.୪୯ ପ୍ରତିଶତ ଥିବା ବେଳେ ଗଞ୍ଜାମରେ ୧.୧ ପ୍ରତିଶତ ରହିଛି। ଯାହାକି କେବଳ ଖୋର୍ଧା ଜିଲ୍ଲା ନୁହେଁ, ରାଜ୍ୟରେ ମଧ୍ୟ ସର୍ବାଧିକ। ସମୁଦାୟ ଭାବେ ରାଜ୍ୟରେ ସିଏଫ୍‌ଆର୍‌ ୦.୪୭ ପ୍ରତିଶତ ରହିଛି। ତେ‌ବେ ଜାତୀୟ କରୋନା ମୃତୁ ହାର ଅପେକ୍ଷା ଓଡ଼ିଶାରେ ଏହା ଯଥେଷ୍ଟ କମ୍ ରହିଛି। ଓଡ଼ିଶା ସହିତ କେବଳ ଆସାମରେ ମୃତ୍ୟୁ ହାର ସମାନ ରହିଛି।

ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ କରୋନା ଜନିତ ମୃତ୍ୟୁ ଜାରି ରହିଛି। ଆଜି ଆଉ୧୨ଜଣ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୩ଜଣ, ଭୁବନେଶ୍ବର, କେନ୍ଦୁଝରରୁ ୨ଜଣ ଲେଖାଏଁ, ଖୋର୍ଧା, ପୁରୀ, ଝାରସୁଗୁଡ଼ା, ନୂଆପଡ଼ା, ଗଞ୍ଜାମରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି।

Deccan Herald

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭,୭୫୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ୧୪୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୮୫୩ ସଙ୍ଗରୋଧରୁ ଓ ୬୧୭ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୭୦ଜଣ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୮,୬୧୬କୁ ବୃଦ୍ଧି ପାଇଛି। କଟକ ୧୨୬, ସୁନ୍ଦରଗଡ଼ ୧୧୨, ଜଗତସିଂହପୁର ଓ ଅନୁଗୁଳରୁ ୭୬ ଲେଖାଏଁ, କେନ୍ଦ୍ରାପଡ଼ା ୭୫, ବଲାଙ୍ଗୀର ୬୩, ପୁରୀ ୬୪, ବରଗଡ଼ ଓ ନୂଆପଡ଼ା ୬୧ ଲେଖାଏଁ, ବାଲେଶ୍ବର ୫୬, କେନ୍ଦୁଝର ୫୧, ବାଲେଶ୍ବର ୫୬, ବଲାଙ୍ଗୀର ୬୩, ଭଦ୍ରକ ୧୯, ବୌଦ୍ଧ ଓ ଢେଙ୍କାନାଳ ୧୭ ଲେଖାଏଁ, ଗଞ୍ଜାମ ୨୨, ଯାଜପୁର ୪୨, ଝାରସୁଗୁଡ଼ା ୩୯, କଳାହାଣ୍ଡି ୩୧, ମାଲକାନଗିରି ୨୫, ‌କୋରାପୁଟ ୨୪, ମୟୂରଭଞ୍ଜ ୫୦, ନବରଙ୍ଗପୁର ୩୪, ନୟାଗଡ଼ ୩୧, ସୋନପୁର ୨୭, ଷ୍ଟେଟ୍‌ ପୁଲ ୩୦, ରାୟଗଡ଼ା ୧୩, କନ୍ଧମାଳ ୧୧, ଗଜପତି ୮ ଓ ଦେବଗଡ଼ରୁ ୫ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୦ହଜାର ୧୧୬କୁ ବୃଦ୍ଧି ପାଇଛି।

ଆଜି ରାଜ୍ୟରେ ୧୯୧୧ କ‌ରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୭୫ହଜାର ୭୪୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨,୯୯୪କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୨୪୫ଜଣ ସୁସ୍ଥ ହୋଇଛନ୍ତି। ଏହା ବାଦ୍ କଟକ ୧୪୫, ବଲାଙ୍ଗୀର ୧୩୮, ସୁନ୍ଦରଗଡ଼ ୧୦୧, ମୟୂରଭଞ୍ଜ ୯୬, ଜଗତସିଂହପୁର ୮୧, ଅନୁଗୁଳ ଓ କଳାହାଣ୍ଡିରୁ ୭୮ ଲେଖାଏଁ, ନୂଆପଡ଼ା ୭୬, ବାଲେଶ୍ବର ୭୪, ଯାଜପୁର ୭୨, କେନ୍ଦୁଝର ୭୧, ବରଗଡ଼ ୬୩, କେନ୍ଦ୍ରାପଡ଼ା ୫୨, ଭଦ୍ରକ, ସମ୍ବଲପୁର ଓ ପୁରୀରୁ ୫୦ ଲେଖାଏଁ, ଢେଙ୍କାନାଳ ୪୬, ନବରଙ୍ଗପୁର ୪୫, କୋରାପୁଟ ୪୨, ଝାରସୁଗୁଡ଼ା ୩୬, ନୟାଗଡ଼ ୩୩, ଗଞ୍ଜାମ ୨୬, ମାଲକାନଗିରି ୨୫, କନ୍ଧମାଳ ୨୪, ସୋନପୁର ୨୦, ରାୟଗଡ଼ା ୧୬, ଦେବଗଡ଼ ୯, ଗଜପତି ୮, ବୌଦ୍ଧ ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୫୧ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର