ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୮୧୨, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮କୁ ବୃଦ୍ଧି ପାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧,୮୧୨ ଥିବା ବେଳେ ଖୋର୍ଦ୍ଧାରେ ୫,୩୧୧, କଟକରେ ୨,୬୨୬, ଗଜପତିରେ ୧,୭୭୫, ଯାଜପୁରରେ ୧,୪୨୬, ବାଲେଶ୍ବରରେ ୧,୧୫୯, ଜଗତସିଂହପୁର ଜିଲ୍ଲାରେ ୮୦୫, ପୁରୀରେ ୯୯୨, କେନ୍ଦ୍ରାପଡ଼ାରେ ୫୭୪, ଭଦ୍ରକ ଜିଲ୍ଲାରେ ୭୩୮, ସୁନ୍ଦରଗଡ଼ରେ ୧,୭୦୪, ବଲାଙ୍ଗୀରରେ ୫୩୦, କନ୍ଧମାଳରେ ୬୯୮, ମୟୂରଭଞ୍ଜରେ ୭୬୪, କୋରାପୁଟରେ ୧,୦୦୬, ନୟାଗଡ଼ରେ ୭୭୭, କେନ୍ଦୁଝରରେ ୯୩୬, ନୂଆପଡ଼ାରେ ୧୫୮, ଝାରସୁଗୁଡ଼ାରେ ୩୪୩, ଢେଙ୍କାନାଳରେ ୪୨୫, କଳାହାଣ୍ଡିରେ ୩୧୯, ବରଗଡ଼ ଜିଲ୍ଲାରେ ୪୮୭, ଅନୁଗୁଳରେ ୩୮୫, ମାଲକାନଗିରିରେ ୭୦୧, ସମ୍ବଲପୁରରେ ୭୩୫, ରାୟଗଡ଼ାରେ ୧,୧୫୪, ବୌଦ୍ଧରେ ୧୫୪, ସୋନପୁର ଜିଲ୍ଲାରେ ୧୧୩, ଦେବଗଡ଼ ଜିଲ୍ଲାରେ ୯୬ ଓ ନବରଙ୍ଗପୁର ଜିଲ୍ଲାରେ ୩୧୫ରେ ପହଞ୍ଚିଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୪୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୨୬୭ ରହିଛି। ଆଜି ରାଜ୍ୟରେ କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର